ପେଟ ଯନ୍ତ୍ରଣା ହେବାରୁ ୟୁଟ୍ୟୁବକୁ ଦେଖି ନିଜର ଅସ୍ତ୍ରୋପଚାର କଲା ଯୁବକ

ଉତ୍ତର ପ୍ରଦେଶର ମଥୁରାରେ ଏକ ଅଜବ ଧରଣର ଘଟଣା ଘଟିଛି । ଏଠାରେ ଵୃନ୍ଦାଵନରେ ରହୁଥିବା ଏକ ଯୁବକ ୟୁଟ୍ୟୁବ ଦେଖି ନିଜର ଅସ୍ତ୍ରୋପଚାର କରିଛନ୍ତି । କେବଳ ଏତିକି ନହେଁ ସେ ନିଜ ପେଟରେ ୧୧ ଟି ସିଲେଇ ମଧ୍ୟ କରିଛନ୍ତି । ଯେତେବେଳେ ପରିସ୍ଥିତି ବିଗିଡି ଯାଇଥିଲା ସେହି ସମୟରେ ଯୁବକଙ୍କୁ ହସ୍ପିଟାଲ କୁ ଆଣିଥିଲେ ପରିବାର ଲୋକେ । ଡାକ୍ତର ମଧ୍ୟ ଯୁବକଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଏହାପରେ ପରିବାର ଲୋକେ ଜିଲ୍ଲା ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ସୂଚନାନୁସାରେ ପେଟ ଯନ୍ତ୍ରଣା ହେଉଥିବା ସମୟରେ ଯୁବକ ଜଣକ ୟୁଟ୍ୟୁବ ଦେଖି ନିଜେ ନିଜର ଅସ୍ତ୍ରୋପଚାର କରିଥିଲେ । ଏହାପରେ ଯୁବକଙ୍କ ସ୍ୱାସ୍ଥ୍ୟ ଅଧିକ ପରିମାଣରେ ଅସୁସ୍ଥ ହେବାକୁ ଲାଗିଲା । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଡାକ୍ତର ଯୁବକଙ୍କ ଜୀବନ ବଞ୍ଚାଇ ଦେଇଥିଲେ । ଏହି ଘଟଣା ବୃନ୍ଦାବନରେ ଥିବା ସୁନରାଖ ଗ୍ରାମର ମାମଲା ବୋଲି ଜଣା ପଡିଛି ।
୩୨ ବର୍ଷୀୟ ଯୁବକ ହେଉଛନ୍ତି ରାଜା ବାବୁ । ସେ ବହୁତ ଦିନ ଧରି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ । ପୂର୍ବରୁ ବହୁତ ଥର ସେ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇ ସାରିଛନ୍ତି । କିନ୍ତୁ କିଛି ସୁଫଳ ହୋଇନାହିଁ । ବାରମ୍ବାର ଯନ୍ତ୍ରଣା ଓ କଷ୍ଟରେ ବିବ୍ରତ ହୋଇ ସେ ନିଜେ ନିଜର ଅସ୍ତ୍ରୋପଚାର କରିବା ନେଇ ନିଷ୍ପତି ନେଇଥିଲେ ।
ଏହାପରେ ସେ ନିଜ ହାତ ନିଜ ପେଟରେ ଉର୍ତ୍ତିକରି ଦେଖିଥିଲେ ପେଟ ଭିତରେ କିଛି ଅସୁବିଧା ଅଛି ନା ନାହିଁ । ଯେତେବେଳେ ସେ କିଛି ଜାଣି ପାରିଲେ ନାହିଁ ନିଜେ ଛୁଞ୍ଚିସୁତାରେ ନିଜ ପେଟକୁ ସିଲାଇ କରିଦେଇଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କ ଶରୀର ଅସୁସ୍ଥ ହୋଇ ପଡିଥିଲା ।
ଏହାପରେ ଯୁବକ ଜଣକ କଷ୍ଟରେ ଚିତ୍କାର କରିଥିଲେ । ଯୁବକଙ୍କ ପାଟି ଶୁଣି ବନ୍ଧୁ ପରିଜନ ଦୈାଡି ଆସିଥିଲେ । ଯୁବକଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ଯୋଗୁଁ ଯୁବକଙ୍କ ଜୀବନ ବଞ୍ଚିଗଲା ।
Also read: ୟୁଟୁବ୍ ଦେଖି ବନିଗଲେ ଚିତ୍ରଶିଳ୍ପୀ: ଏବେ ନିଜ ପଢା ଖର୍ଚ୍ଚ ସହିତ ଘର ଖର୍ଚ୍ଚ ଉଠାଉଛନ୍ତି ଶୁଭମ୍