ମହଙ୍ଗା ପଡିଲା ମୋବାଇଲରେ କଥା ହେବା; ଗପିବା ବେଳେ ୧୨୦ ଫୁଟ୍ ତଳକୁ ଖସିପଡ଼ିଲେ ଯୁବକ, ଚାଲିଗଲା ଜୀବନ

ଚୂରୁ: ମୋବାଇଲ୍ ରେ କଥା ହୋଇ ହୋଇ ୧୨୦ ଫୁଟ୍ ତଳକୁ ଖସି ପଡ଼ିଛନ୍ତି ଜଣେ ୨୫ ବର୍ଷିୟ ଯୁବକ । ଏହିଭଳି ଏକ ଘଟଣା ଘଟିଛି ରାଜସ୍ଥାନର ଚୂରୁ ଜିଲ୍ଲାରେ । ଏଠାରେ ମୋବାଇଳ୍ ରେ କଥା ହୋଇ ହୋଇ ଜଣେ ଯୁବକ ୧୨୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଯାଇଥିଲେ । କୂଅଟି ୧୫୦ ବର୍ଷ ତଳର ହୋଇଥିବା ବେଳେ ଏଥିରେ ଯୁବକ ଜଣକ ଖସି ପଡ଼ିବା ପରେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି । ଯୁବକଙ୍କର ଏହି ଖବର ସହରରେ ନିଆଁ ପରି ବ୍ୟାପିଗଲା ଏବଂ ଏହାକୁ ଦେଖିବା ପରେ ସେଠାରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଯାଇଥିଲେ ।

death

ଅନ୍ୟପଟେ ଏହି ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଖୁବ୍ ଚେଷ୍ଟା କରିବା ପରେ ଯାଇ ଦଉଡି ସାହାଯ୍ୟରେ ଯୁବକଙ୍କୁ କୂଅରୁ ବାହାରକୁ କଢ଼ାଯାଇଥିଲା । କିନ୍ତୁ ସେହି ସମୟ ମଧ୍ୟରେ ଯୁବକଙ୍କ ମୃତ୍ୟୁ ହୋଇସାରିଥିଲା । ଏବଂ୧୨୦ ଫୁଟ ଗଭୀର କୂଅରୁ ଯୁବକଙ୍କୁ ବାହାର କରିବାକୁ ପ୍ରାୟ ଦୁଇ ଘଣ୍ଟା ସମୟ ଲାଗିଥିଲା । ପୋଲିସ୍ ମୃତ ଦେହକୁ ବାହାର କରିବା ପରେ ପୋଷ୍ଟମଟମ୍ ପାଇଁ ପଠାଇଥିଲା । ଏହାପରେ ପରିବାର ଲୋକଙ୍କୁ ମୃତ ଦେହକୁ ହସ୍ତାନ୍ତର କରାଯାଇଥିଲା । ଯୁବକଙ୍କ ନାଁ ଦିନେଶ ହୋଇଥିବା ବେଳେ ତାଙ୍କ ବୟସ ୨୫ ବର୍ଷ । ଏହି ମାମଲାରେ ପୋଲିସ୍ ଯାଞ୍ଚ କରିଥିଲା । ଆଉ ରିପୋର୍ଟ ପ୍ରକାଶ କରିଥିଲା । ସେଥିରେ ଉଲ୍ଲେଖ ରହିଛି ଯେ, ଦିନେଶ କୂଅ ପାଖରେ ମୋବାଇଲ୍ ରେ କଥା ହେଉଥିବା ସମୟରେ ଗୋଡ଼ ଖସିଯାଇଥିଲା । ଆଉ ସେ କୂଅରେ ପଡ଼ିଯାଇଥିଲା ।

ସୂଚନାଯୋଗ୍ୟ ମୋବାଇଲରେ କଥାବାର୍ତ୍ତା କରିବା ସମୟରେ କିମ୍ବା ଗୀତ ଶୁଣିବା ସମୟରେ ଅନେକ ଥର ଏହି ଦୁର୍ଘଟଣାର ଖବର ସାମ୍ନାକୁ ଆସିଥାଏ । ଏହା ସହିତ ଯାନବାହାନ କିମ୍ବା ଟ୍ରେନ୍ ଦ୍ୱାରା ଧକ୍କା ହେବାର ମାମଲାଗୁଡ଼ିକ ମଧ୍ୟ ଅଧିକାଂଶ ଦେଖିବାକୁ ମିଳିଛି । କିନ୍ତୁ ମୋବାଇଲରେ କଥାବାର୍ତ୍ତା ବେଳେ କୂଅରେ ପଡ଼ିବାର ଏହା ବୋଧହୁଏ ପ୍ରଥମ ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.