ଅପରେଶନ ଥିଏଟରରେ ଅଶ୍ଳୀଳ ଗୀତରେ ଚାଲିଥିଲା ଡ୍ୟାନ୍ସ, ବନାଉଥିଲେ ଟିକ୍ ଟକ୍ ଭିଡିଓ!
ବିହାରର ଆରା ଜିଲା ସଦର ହସ୍ପିଟାଲର ଅପରେଶନ ଥିଏଟରରେ ରୋଗୀଙ୍କ ଚିକିତ୍ସା ହେଉ କି ନ ହେଉ, କିନ୍ତୁ ଟିକ୍ ଟକ୍ ଭିଡିଓ ପାଇଁ କିଛି ଯୁବକ ଭୋଜପୁରୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଗୀତ ମଧ୍ୟ ଏତେ ଅଶ୍ଳୀଳ ଯେ ଲୋକଙ୍କ ମୁହଁ ଲାଜରେ ତଳକୁ ନଇଁଯିବ। ଭିଡିଓ ଭାଇରାଲ ହେବା ପରେ ଏବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କାଯ୍ୟର୍ଶୈଳୀ ଉପରେ ପ୍ରଶ୍ନ ଉଠିଛି। ଯଦିଓ ଏହା ଜଣାପଡ଼ିନାହିଁ ଯେ ଭିଡିଓଟିକୁ କେବେ ବନାଯାଇଥିଲା ଏବଂ କେଉଁମାନେ ଏଥିରେ ସାମିଲ ଅଛନ୍ତି।
ଏହି ଟିକ୍ ଟକ୍ ଭିଡିଓରେ କିଛି ଯୁବକ ଭୋଜପୁରୀର ଅଶ୍ଳୀଳ ଗୀତରେ ଠୁମ୍କା ଲଗାଉଥିବାର ଦେଖିବାକୁ ମିଳିଛି। ତେବେ ଏମାନେ ହସ୍ପିଟାଲର କର୍ମଚାରୀ କି ବାହାର ଲୋକ, ତାହା ସ୍ପଷ୍ଟ ହୋଇପାରିନାହିଁ।
ଯେଉଁ ଅପରେଶନ ଥିଏଟରରେ ଏହି ଟିକ୍ ଟକ୍ ଭିଡିଓ ବନାଯାଇଛି, ତାହା ହସ୍ପିଟାଲର ଏମରଜେନ୍ସି ଓ୍ଵାର୍ଡ। ଏଠାରେ ରୋଗୀମାନଙ୍କୁ ୨୪ ଘଣ୍ଟିଆ ଚିକିତ୍ସା ସେବା ଦିଆଯାଇଥାଏ। ସେପଟେ ଏ ନେଇ ଖବର ଜାଣିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଦୋଷୀମାନଙ୍କ ବିରୋଧରେ କଡ଼ା କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। କିନ୍ତୁ ଭିଡିଓରେ ଡ୍ୟାନ୍ସ କରୁଥିବା ଯୁବକମାନଙ୍କୁ ଦେଖିଲେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସଦର ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ପୂର୍ବରୁ ଏଠାରୁ ସାପ, ବିଛା ଭଳି ବିଷାକ୍ତ ଜୀବଙ୍କୁ ଧରାଯାଇଥିଲା। ତେଣୁ ଏମିତି ଘଟଣା ଘଟିବା ଏକ ସାଧାରଣ କଥା।