ନିଖୋଜ ହେବା ପରେ ଗୁମ୍ଫାରୁ ଉଦ୍ଧାର ହେଲେ ଯୁବତୀ, ସାପ ଭଳି କରୁଛନ୍ତି ଆଚରଣ

ଇଚ୍ଛାଧାରୀ ନାଗନାଗୁଣୀଙ୍କୁ ତ ଆପଣମାନେ ଅନେକ ଚଳଚ୍ଚିତ୍ରରେ ନିଶ୍ଚିତ ଦେଖିଥିବେ କିନ୍ତୁ ପ୍ରକୃତରେ ଆପଣ କେବେ ଇଚ୍ଛାଧାରୀ ନାଗୁଣୀ ବିଷୟରେ ଜାଣିଛନ୍ତ କି ? ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏଭଳି ଏକ ଖବର, ଯାହା ବିଷୟରେ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ଗୁମ୍ପାରେ ରହି ସାପ ଭଳି ଆଚରଣ କରୁଛନ୍ତି ଜଣେ ଯୁବତୀ । କିଛି ଲୋକ ଯୁବତୀଙ୍କୁ ନେଇ ପୂଜା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଯୁବତୀଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ।

ସୂଚନା ଅନୁସାରେ ତିନି ମାସ ପୂର୍ବେ ଝାଡଖଣ୍ଡର ଜଣେ ଯୁବତୀ ହଠାତ୍ ନିଖୋଜ ହୋଇଯାଇଥିଲେ, ଏବେ ତାଙ୍କୁ ଗୁମ୍ଫା ଭିତରୁ ଉଦ୍ଧାର କରାଯାଇଛି । ଆଉ ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ସେ ନିଜକୁ ସାପ ବୋଲି କହୁଛନ୍ତି । ସେ ସାପ ଭଳି ଆଚରଣ ମଧ୍ୟ କରୁଛନ୍ତି । ଲୋକମାନେ ଯୁବତୀଙ୍କ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପ୍ରଥମେ ଲୋକମାନେ ଗୁମ୍ଫାରୁ ଅଜବ ଶବ୍ଦ ଶୁଣିବାକୁ ପାଇଥିଲେ ପରେ ନିଖୋଜ ହୋଇଥିବା ଯୁବତୀଙ୍କୁ ସନ୍ଦେହଜନକ ଅବସ୍ଥାରେ ଗୁମ୍ଫାରୁ ଉଦ୍ଧାର କରିଥିଲେ । ଯୁବତୀଙ୍କ ନାଁ ନୀଲମ ବୋଲି ଜଣାପଡ଼ିଛି ।

ଖବର ଅନୁଯାୟୀ ଯୁବତୀ ଗତ ୭୨ ଦିନ ଧରି ନଖାଇ ନପିଇ ଗଢ଼ୱା ଜିଲ୍ଲାର କରିଓ୍ଵାଡିହ ଗାଁରେ ଅବସ୍ଥିତ ରାନିଡିହ ଗୁମ୍ଫାରେ ରହିଥିଲେ । ସ୍ଥାନୀୟ ଲୋକମାନେ ଯୁବତୀଙ୍କୁ ଖୋଜିବା ପାଇଁ ୪୦ ମିଟର ଗୁମ୍ଫା ଭିତରକୁ ପଶିଥିଲେ । ପରେ ସେମାନେ ଏକ ଅଜବ ଶବ୍ଦ ଶୁଣିବାକୁ ପାଇଥିଲେ । ଆଉ ଗୁମ୍ଫାରେ ପହଞ୍ଚିବା ପରେ ଯୁବତୀ ଗୁମ୍ଫାରେ ଥିବା ଶିବଲିଙ୍ଗ ନିକଟରେ ସାପ ଭଳି ଗଡ଼ୁଥିବାର ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ।

ଗାଁ ଲୋକଙ୍କ କହିବା ଅନୁଯାୟୀ ନିଖୋଜ ଯୁବତୀଙ୍କୁ ଖୋଜିବା ପାଇଁ ଶହ ଶହ ସ୍ଥାନୀୟ ଲୋକ ଗୁମ୍ଫାରେ ପହଞ୍ଚିଥିଲେ । ଏହାପୂର୍ବରୁ ମଧ୍ୟ ତାଙ୍କ ପରିବାର ଲୋକ ଯୁବତୀଙ୍କୁ ଖୋଜିବାକୁ ଏହି ସ୍ଥାନକୁ ଆସିଥିଲେ । ସେହି ସମୟରେ ଯୁବତୀଙ୍କର କୌଣସି ପତ୍ତା ମିଳି ନଥିଲା । ଗୁମ୍ଫାରୁ ଉଦ୍ଧାର ହେବା ପରେ ଯୁବତୀ ନିଜକୁ ସାପ ବୋଲି କହିଥିଲେ । ବାସ୍ତବ ରୂପକୁ ଫେରିବା ପାଇଁ କୀର୍ତ୍ତନ କରିବାକୁ ଗାଁ ଲୋକଙ୍କୁ କହିଥିଲେ ଯୁବତୀ । ଦୀର୍ଘ ୧୨ ଘଣ୍ଟା କୀର୍ତ୍ତନ କରିବା ପରେ ଯୁବତୀ ପୂର୍ବାବସ୍ଥାକୁ ଫେରିଥିଲେ । ଅନ୍ୟପଟେ ଯୁବତୀଙ୍କ ପୂଜା ପାଇଁ ସ୍ଥାନୀୟ ଲୋକଙ୍କର ଭିଡ଼ ଜମିଥିଲା ।

ଅନ୍ୟପଟେ ୟୁଜରମାନେ ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅଧିକାଂଶ ୟୁଜର ଏହାକୁ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି । ଏ ଘଟଣାର ସତ୍ୟତା କେତେ ଆମେ ତାହା କହି ପାରିବୁ ନାହିଁ । କିନ୍ତୁ ଏଭଳି ଭାଇରାଲ ଖବରକୁ ଆପଣଙ୍କ ପାଖରେ ପହଞ୍ଚାଇବା ହିଁ ଆମର ଉଦ୍ଦେଶ୍ୟ ।

You might also like