ଦେଶର ସର୍ବ କନିଷ୍ଠ ମେୟରଙ୍କ ସହ କେରଳର କନିଷ୍ଠ ବିଧାୟକ କରିବେ ବିବାହ, ଜାଣନ୍ତୁ ଏମିତି ଏକ ପ୍ରେମ କାହାଣୀ

ତିରୁବନନ୍ତପୁରମ : କେରଳ ତିରୁବନନ୍ତପୁରମର ମେୟର ଆର୍ଯ୍ୟ ରାଜେନ୍ଦ୍ରନ ବାଲୁଁସେର ବିଧାୟକ ସଚିନ ଦେବଙ୍କୁ ବିବାହ କରିବାକୁ ଯାଉଛନ୍ତି| ଉଭୟ ଆଜି (ରବିବାର) ତିରୁବନନ୍ତପୁରମର ଏକେଜି ସେଣ୍ଟର ରେ ଉଭୟଙ୍କର ନିର୍ବନ୍ଧ ହୋଇଛି | ଏଥିରେ ଦୁଇ ପାରିବ ସହ ବହୁ ନେତା ମଧ୍ୟ ସାମିଲ ହୋଇଥିଲେ |

ଆର୍ଯ୍ୟ ଦେଶର ସବୁଠୁ କନିଷ୍ଠ ମେୟର ହୋଇଥିବା ବେଳେ ତାଙ୍କ ପତି ସଚିନ ଦେବ କେରଳ ର କନିଷ୍ଠ ବିଧାୟକ | ଏହି ପ୍ରେମୀ ଯୁଗଳ ଗତ ମାସ ତାଙ୍କ ବିବାହ ନେଇ ଘୋଷଣା କରିଥିଲେ | ଉଭୟ ସିପିଏମ ପାର୍ଟି ସ୍ଟୁଡେଣ୍ଟ ୱେଙ୍ଗ “ବାଳସଂଘାମ ” ରେ ସାଙ୍ଗ ହୋଇ କାମ କରୁଥିଲେ | ଏହି ସମୟରେ ଉଭୟ ଖୁବ ନିକଟତର ହୋଇଥିଲେ |

ଆର୍ଯ୍ୟ ରାଜେନ୍ଦ୍ରନ 21 ବର୍ଷ ବୟସରେ ମେୟର ପଦ ପାଇବାର ସ୍ୱଭାଗ୍ୟ ଅର୍ଜନ କରିଛନ୍ତି | ଉଭୟ ବିବାହ ପାଇଁ ମନସ୍ଥ କରିବା ପରେ ଉଭୟ ପରିବାର ଏହାକୁ ସ୍ୱାଗତ କରିଥିଲେ | ଉଭୟ ବିବାହ ସମ୍ପର୍କ ନେଇ କହିଥିଲେ ଯେ ସମାନ ରାଜନୈତିକ ବଚାରଧାରା ଯୋଗୁ ଆମେ ବିବାହ କରିବାକୁ ଯାଉଛୁ | ଆର୍ଯ୍ୟ ରାଜେନ୍ଦ୍ର ଗଣିତରେ ସ୍ନାତକ ହୋଇଥିବା ବେଳେ ସଚିନ ହେଉଛନ୍ତି ବିଏ ଏଲଏଲବି |