ରାତି ପ୍ରାୟ ସାଢ଼େ ୧୨ଟା ହୋଇଥିଲା । ରାଜଧାନୀ ଦିଲ୍ଲୀର ରାଜରାସ୍ତାରେ। ହଠାତ୍ ଯୁବକ ଯୁବତୀ ଉବେର ଡ୍ରାଇଭର ସହ ପାଟିତୁଣ୍ଡ ହୋଇଥିଲା । ଫଳରେ ଅଧ ରାତିରେ ବିଚ୍ ରାସ୍ତାରେ ଛାଡ଼ି ପଳାଇଥିଲା ଡ୍ରାଇଭର । ଆପଣ ଭାବୁଥିବେ ଯେ ଅଧ ରାତିରେ ଡ୍ରାଇଭର ଏପରି କରିବା ପଛର କାରଣ କଣ ?
ତେବେ ପୂରା ଘଟଣା ଥିଲା ଏପରି, ଭାରତକୁ ବିରୋଧ କରି ପାକିସ୍ତାନୀ ଯୁବକ ମନଇଚ୍ଛା ଗପି ଚାଲିଥିଲେ । ଉଭୟଙ୍କ ସେହି କଥାକୁ ଗ୍ରହଣ ନକରିପାରି ପ୍ରଥମେ ସେମାନଙ୍କୁ ଏପରି ଆଲୋଚନା ନକରିବାକୁ କହିଥିଲେ ଡ୍ରାଇଭର ଜଣକ । ହେଲେ ସେମାନେ ଚୁପ୍ ରହିବା ପରିବର୍ତ୍ତେ ଡ୍ରାଇଭରଙ୍କୁ ଅପମାନ କରିଥିଲେ । ଆଉ ସେଇଠୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଉଗ୍ରରୂପ ଧାରଣ କରିଥିଲା ।
ଦେଶ ବିରୋଧରେ ଅପମାନଜନକ ମନ୍ତବ୍ୟ ଅସହ୍ୟ ହେବାରୁ କ୍ୟାବ୍ ଡ୍ରାଇଭର ଜଣଙ୍କ ଯୁବକ ଯୁବତୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ପରେ ନିଜେ ବାହାରକୁ ଆସି ସେମାନଙ୍କୁ ଗାଳି ଦେଇଥିଲେ । ଖାଲି ଏତିକି ନୁହେଁ ଯୁବକ ଏବଂ ଯୁବତୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ତାତ୍ସଲ୍ୟ କରିବା ସହ ଦେଶକୁ ଆହୁରି ବିରୋଧ କରିଥିଲେ । ଆଉ ସେହି ସମୟର କିଛି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ତେବେ ସବୁଠୁ ବଡ଼ କଥା ହେଉଛି ଯୁବତୀ ଜଣକ ଭାରତୀୟ ହୋଇଥିବା ବେଳେ ଯୁବକ ଜଣକ ପାକିସ୍ତାନୀ । ଭାରତ ପ୍ରତି ଆମ ସମସ୍ତଙ୍କ ମନରେ ରହିଛି ଅନେକ ସମ୍ମାନ । କିନ୍ତୁ ଭାରତୀୟ ହୋଇ ମଧ୍ୟ ନିଜ ଦେଶକୁ ଅପମାନିତ କରାଯାଉଥିବା ବେଳେ ଯୁବକଙ୍କ କଥାରେ ତାଳ ଦେଇଥିଲେ ଯୁବତୀ । ଏହି କଥା କ୍ୟାବ୍ ଡ୍ରାଇଭରଙ୍କୁ ଅଧିକ କଷ୍ଟ ଦେଇଥିଲା ଫଳରେ ରାସ୍ତାରେ ସେହି ଯୁବକ ଯୁବତୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ କ୍ୟାବ୍ ଡ୍ରାଇଭର ।
ବର୍ତ୍ତମାନ ଦିଲ୍ଲୀରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏବଂ ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଏକ୍ସରେ ଭାଇରାଲ୍ ହେବା ପରେ ଅନେକ ଲୋକ କ୍ୟାବ୍ ଡ୍ରାଇଭରଙ୍କୁ ପ୍ରଶଂସା କରିଥିବା ବେଳେ ତାଙ୍କୁ ୟୁଜର୍ସମାନେ ନ୍ୟାସନାଲିଷ୍ଟ କହିବା ସହ ସାଲ୍ୟୁଟ୍ କରିଛନ୍ତି ।