ସୋସିଆଲ ମିଡିଆରେ ଦେଶ ବିରୋଧୀ ସ୍ଲୋଗାନ୍‌ ଦେଇ ଯୁବକ ଗିରଫ

ଶାହାଜାହାନପୁର : ସୋସିଆଲ ମିଡିଆରେ ‘ହିନ୍ଦୁସ୍ତାନ ମୁର୍ଦ୍ଦାବାଦ୍‌’ ଲେଖିବା ସହ ଜାତୀୟ ପତାକା ଜଳାଇବାର ଏକ ଫଟୋ ପୋଷ୍ଟ କରି ଜଣେ ଗିରଫ । ଉତ୍ତର ପ୍ରଦେଶ ଶାହାଜାହାନପୁର ଠାରେ ଫରହାନ୍‌ ନାମକ ଜଣେ ଯୁବକ ଏଭଳି ଦେଶ ବିରୋଧୀ କାମ କରି ଫେସ୍‌ବୁକ୍‌ରେ ଛାଡ଼ିବା ପରେ ପୋଲିସ୍‌ ତାକୁ ଗିରଫ କରିଛି । ଏଠାକାର ପୋଲିସ୍‌ ଅଧୀକ୍ଷକ ଦୀନେଶ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି । ଗତ ୧୪ ତାରିଖ ଦିନ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ପରେ ସୋସିଆଲ ମିଡିଆରେ ଏଭଳି ଦେଶ ବିରୋଧୀ ପୋଷ୍ଟକୁ ନେଇ ପୋଲିସ୍‌ ସତର୍କ ରହିଛି । ଏ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.