ଛାତ୍ରୀଙ୍କର ହେଲା ସିକ୍ରେଟ ଭିଡିଓ କ୍ଲିପ୍ ସୁଟିଂ, ଜଣେ ୨୦ ବର୍ଷିୟ ଯୁବକକୁ ଗିରଫ କରିଛି ଦିଲ୍ଲୀ ପୋଲିସ
ଆଇଆଇଟି ଦିଲ୍ଲୀରେ ଚାଲୁଥିବା ଫେଷ୍ଟରେ ଫ୍ୟାସନ୍ ଶୋରେ ଭାଗ ନେବାକୁ ଆସିଥିଲେ ୟୁନିଭର୍ସିଟୀର ଭାରତୀ କଲେଜର ୧୦ ଜଣ ଛାତ୍ରୀ । ସେମାନେ ଓ୍ଵାସରୁମରେ ନିଜ ଡ୍ରେସ୍ ଚେଞ୍ଜ କରୁଥିବାବେଳେ କେହି ଜଣେ ଗୁପ୍ତ ରୂପରେ ଆସି ସେମାନେ ସମସ୍ତଙ୍କର ଭିଡିଓ ସୁଟିଂ କରିନେଇଥିଲା ।
ଛାତ୍ରୀଙ୍କର ହେଲା ସିକ୍ରେଟ ଭିଡିଓ କ୍ଲିପ୍ ସୁଟିଂ । ଯାହା ବିଷୟରେ ଜମା ବି ଟେର ପାଇନଥିଲେ ଛାତ୍ରୀ । ୧୦ ଜଣ ଛାତ୍ରୀଙ୍କର ହୋଇଛି ଏହି ସିକ୍ରେଟ୍ ଭିଡିଓ କ୍ଲିପ୍ ସୁଟିଂ । ତେବେ ଯାହା ସୂଚନା ରହିଛି ଏହି ଛାତ୍ରୀମାନେ ଚେଞ୍ଜିଂ ରୁମରେ ଡ୍ରେସ୍ ଚେଞ୍ଜ୍ କରୁଥିବାବେଳେ କେହି ଗୁପ୍ତରୂପେ ଆସି ସେମାନଙ୍କର ଭିଡିଓ ସୁଟିଂ କରିଦେଇଥିବାର ଅଭିଯୋଗ କରିଥିଲେ ଛାତ୍ରୀ ।
କହିରଖିବାକୁ ଚାର୍ହିବୁ ଯେ ଆଇଆଇଟି ଦିଲ୍ଲୀରେ ଚାଲୁଥିବା ଫେଷ୍ଟରେ ଫ୍ୟାସନ୍ ଶୋରେ ଭାଗ ନେବାକୁ ଆସିଥିଲେ ୟୁନିଭର୍ସିଟୀର ଭାରତୀ କଲେଜର ୧୦ ଜଣ ଛାତ୍ରୀ । ସେମାନେ ଓ୍ଵାସରୁମରେ ନିଜ ଡ୍ରେସ୍ ଚେଞ୍ଜ କରୁଥିବାବେଳେ କେହି ଜଣେ ଗୁପ୍ତ ରୂପରେ ଆସି ସେମାନେ ସମସ୍ତଙ୍କର ଭିଡିଓ ସୁଟିଂ କରିନେଇଥିଲା । ଯାହାପରେ ଏପରି ସନ୍ଦେହ କରି ସେମାନେ ଏନେଇ ଅଭିଯୋଗ କଲେ । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଆସି ଛାନଭିନ୍ କରିଥିଲେ ଓ କିସନଗଞ୍ଜ ଥାନାରେ ମାମଲା ରୁଜୁ ହୋଇଥିଲା ।
ଛାତ୍ରୀଙ୍କ ସିକ୍ରେଟ ଭିଡିଓ କ୍ଲିପ୍ ସୁଟିଂ ମାମଲାରେ ପୋଲିସ ଜଣେ ୨୦ ବର୍ଷିୟ ଯୁବକକୁ ଗିରଫ କରିଛି । ଉକ୍ତ ଯୁବକ ଜଣଙ୍କ ସ୍ୱିପର ଭାବେ କରନ୍ତି । ବିଶ୍ବବିଦ୍ୟାଳୟର ଭାରତୀ କଲେଜର ୧୦ଜଣ ଛାତ୍ରୀ ଆଇଆଇଟି ଦିଲ୍ଲୀରେ ଚାଲୁଥିବା ଫେଷ୍ଟରେ ଫ୍ୟାସନ ସୋ’ରେ ଭାଗ ନେବାକୁ ଯାଇଥିଲେ । ଚେଞ୍ଜିଂ ରୁମରେ କେହି ତାଙ୍କ ଭିଡିଓ ସୁଟିଂ କରିଥିବା ଅଭିଯୋଗ କରିଥିଲେ। ପରେ ଦିଲ୍ଲୀ ପୋଲିସ ଆସି ଛାନବିନ୍ କରିବା ସହ କିଷନଗଞ୍ଜ ଥାନାରେ ମାମଲା ରୁଜୁ ହୋଇଥିଲା। ଦୋଷୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଥିଲେ ଛାତ୍ରୀ । ଏହି ମାମଲାରେ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଥିଲା । ପୋଲିସ ତଦନ୍ତ କରି ଜଣେ ୨୦ ବର୍ଷିୟ ଯୁବକକୁ ଗିରଫ କରିଛି। ଏହି ଗ୍ରୁପରେ କିଛି ଓଡ଼ିଆ ଛାତ୍ରୀ ମଧ୍ୟ ଥିଲେ।