ଦେଶ ବିଦେଶ

ହେଡ୍ ଫୋନ୍ ଲଗାଇ ରେଳ ଧାରଣା ପାର୍ ହେବା ପଡିଲା ମହଙ୍ଗା, ଲୋକ ଯେତେ ଡାକିଲେ ବି ଶୁଣିପାରିଲେନି ଯୁବକ

ଉତ୍ତରପ୍ରଦେଶ: ୟୁପିର ବାଂଦା ଠାରେ ଜଣେ ଯୁବକଙ୍କୁ ହେଡ୍ ଫୋନ୍ ଲଗାଇ ରେଳ ଧାରଣା ପାର୍ ହେବା ପଡିଲା ମହଙ୍ଗା। ଅସାବଧନତା ପାଇଁ ଟ୍ରେନ୍ ଧକ୍କା ଦେବା ପରେ ଯୁବକଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଲୋକମାନେ ଯୁବକଙ୍କୁ ଅଟକାଇବାକୁ ବହୁତ ଚେଷ୍ଟା କରିଥିଲେ, ହେଲେ ଯୁବକ ଜଣଙ୍କ କାନରେ ହେଡ୍ ଫୋନ୍ ଲଗାଇଥିବାରୁ କିଛି ଶୁଣିପାରିନଥିଲା । ଯାହାଫଳରେ ଟ୍ରେନ୍ ଧକ୍କା ଦେଇ ଚାଲିଯାଇଥିଲା।

କୁହାଯାଉଛି ଯେ, ଗାନ୍ଧୀ ନଗର ନିବାସୀ ସାଲିଗରାମଙ୍କ ୨୦ ବର୍ଷିୟ ପୁଅ ଅଜୟ ଘରୁ ବଜାରକୁ ଯାଇଥିଲା ଏବଂ ସେ କାନରେ ହେଡ୍ ଫୋନ୍ ପିନ୍ଧିଥିଲା । କୁହାଯାଉଛି ହେଡ୍ ଫୋନ୍ ର ଶବ୍ଦ ଏତେ ଜୋରରେ ଥିଲା ଯେ ଅଜୟ ଟ୍ରେନ୍ ସାଉଣ୍ଡକୁ ମଧ୍ୟ ଶୁଣି ପାରିନଥିଲା । ଏହି କାରଣରୁ ରେଳ ଲାଇନ ପାର ହେଉଥିବା ବେଳେ ତାକୁ ଟ୍ରେନ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଅଜୟ ଗୁରୁତର ଆହତ ହୋଇଥିବାବେଳେ ତାକୁ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ତା ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଜିଲ୍ଲା ମୁଖ୍ଯ ଡାକ୍ତରଖାନାକୁ ପଠାଯାଇଥିଲା, ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

ମୃତ ଅଜୟଙ୍କ ମାମୁଁ ଯୁଗଲ କିଶୋର କହିଛନ୍ତି ଯେ, ସେ ରେଳ କ୍ରସିଂ ନିକଟସ୍ଥ ଧର୍ମଶାଳାରେ ଏକ ଭଡା ଘରେ ରହେ। ତେବେ ରବିବାର ଦିନ ସେ ହେଡ୍ ଫୋନ୍ ଧରି ରେଳ ଟ୍ରାକ୍ ଅତିକ୍ରମ କରୁଥିବାବେଳେ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଥିଲା। SHO ପୋଲିସ୍ ଷ୍ଟେସନର ଅତରା ଅନୁପ ଦୁବେ ଏହି ଦୁର୍ଘଟଣରେ ଯୁବକର ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଏକ ଅପମୃତ୍ଯୁ ମାମଲା ରୁଜୁ କରିଛି।

Sonalisa

Recent Posts

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମି

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

40 seconds ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

60 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

60 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

1 hour ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

1 hour ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago