କରୋନାରୁ ନିଜକୁ ବଞ୍ଚେଇବା ପାଇଁ ଏୟାରପୋର୍ଟରେ ଡାଇନାସୋର କଷ୍ଟ୍ୟୁମ ପିନ୍ଧିଲେ ଯୁବକ, ଲଗେଜ ଧରି ଫ୍ଲାଇଟରେ ଉଠିଲେ, ଦେଖନ୍ତୁ ଭିଡିଓ

ଜଣେ ଯୁବକ ଏୟାରପୋର୍ଟରେ ନିଜକୁ କରୋନାରୁ ରକ୍ଷା କରିବା ପାଇଁ ଡାଇନାସୋର କଷ୍ଟ୍ୟୁମ ପିନ୍ଧି ପକାଇଥିଲେ । କଥାଟି ଶୁଣି ଅଜବ ଲାଗୁଥିଲେ ବି, ଏହା ସତ। ଘଟଣାଟି ଆମେରିକାର ମିଆମି ସହରରେ ଘଟିଛି । ଏହାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଫଟୋରେ ଯୁବକ ଜଣକ ବୋର୍ଡିଂ ପାସ ମଧ୍ୟ ଦେଖାଉଥିବା ନଜର ଆସୁଛି ।

ସବୁଠାରୁ ଆଶ୍ଚର୍ଯ୍ୟର କଥା, ଯୁବକ ଏହି କଷ୍ଟ୍ୟୁମରେ ବି ଫ୍ଲାଇଟ ଭିତରକୁ ପ୍ରବେଶ କରିଥିଲେ, ଆଉ ତାହା ପୁଣି ନିଜ ଲଗେଜ ସହିତ । Murcia ପୋଲିସ ନିଜ ଟୁଇଟର ପେଜରେ ଯୁବକଙ୍କ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ରାସ୍ତାରେ ଡାଇନାସୋର କଷ୍ଟ୍ୟୁମ ପିନ୍ଧି ଯାଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.