ଟଙ୍କାପଇସା ବିବାଦ ଯୋଗୁ ଯୁବକଙ୍କ ଗୁପ୍ତାଙ୍ଗ କାଟିଦେଲେ, ୩ ଦିନ ପରେ ହୋଇଥାନ୍ତା ବାହାଘର

ଟଙ୍କା ପଇସା ବିବାଦକୁ ନେଇ ଜଣେ ଯୁବକଙ୍କ ଗୁପ୍ତାଙ୍ଗକୁ କାଟିଦିଆଯାଇଛି। ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାଗପତଠାରେ। ପୀଡିତ ଯୁବକ ଅଭିଯୋଗ କରିଛନ୍ତି ଯେ ତାଙ୍କର ଦୁଇ ଜଣ ସାଙ୍ଗ ତାଙ୍କୁ ପ୍ରଥମେ ଅପହରଣ କଲେ ତା’ପରେ ତାଙ୍କ ଗୁପ୍ତାଙ୍ଗକୁ କାଟିଦେଇ ଜଙ୍ଗଲରେ ଛାଡ଼ି ଦେଇ ଆସିଥିଲେ। ତେବେ ବର୍ତ୍ତମାନ ଯୁବକଙ୍କ ଅବସ୍ଥା ଗୁରୁତର ଅଛି। ଏବେ ତାଙ୍କୁ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କୁହାଯାଉଛି ଯେ, ୩ ଦିନ ପରେ ଯୁବକଙ୍କ ବିବାହ ଥିଲା।

ପୋଲିସ ସୂଚନାନୁଯାୟୀ, ବାଗପତର ସମୀରଙ୍କର ସାଙ୍ଗ ପରଭେଜଙ୍କ ସହ ଟଙ୍କା ପଇସାକୁ ନେଇ ବିବାଦ ଚାଲିଥିଲା। ସମୀର ଅଭିଯୋଗ କରିଛନ୍ତି ଯେ ପରଭେଜଙ୍କ ନାଁ ନେଇ ଆଉ ଦୁଇ ଜଣ ସାଙ୍ଗ ତାଙ୍କୁ ଡାକିନେଇ ଟଙ୍କା ଦେବାକୁ ଚାପ ପକାଇଥିଲେ। ୩ ଦିନ ପରେ ବାହାଘର ଥିବାରୁ ସମୀର ସଙ୍ଗେ ସଙ୍ଗେ ଟଙ୍କା ଦେବାକୁ ମନା କରିଥିଲେ। ଫଳରେ ଦୁଇ ଯୁବକ ସମୀରଙ୍କୁ ଜଙ୍ଗଲକୁ ଉଠାଇ ନେଇ ଗୁପ୍ତାଙ୍ଗ କାଟିଦେଇ ସେଠାରେ ଫିଙ୍ଗି ଦେଇ ଆସିଥିଲେ।

ଗୁରୁତର ଅବସ୍ଥାରେ ସମୀର ପରିବାର ଲୋକଙ୍କୁ ଫୋନ କରି ସବୁ ଘଟଣା କହିବା ପରେ ପୋଲିସ ଓ ପରିବାର ଲୋକ ପହଞ୍ଚି ସମୀରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ପୋଲିସ ଏନେଇ ମାମଲା ରୁଜୁ କରିବା ସହ ତଦନ୍ତ କରୁଥିବା କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.