ମିଠା ମିଠା କଥା କହି ଯୁବତୀଙ୍କୁ ଫସେଇଲେ । ବନ୍ଧୁତା କରିବାକୁ କହିଲେ । ଆଉ ବନ୍ଧୁତା ହେବା ପରେ ସାଙ୍ଗ ହୋଇ ଚିକେନ ରୋଲରେ ନିଶା ଦ୍ରବ୍ୟ ମିଶାଇ ଯୁବତୀ ଜଣକ ବେହୋସ ହେବା ପରେ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ୍ କରିବାକୁ ଲାଗିଲେ । ଏଭଳି ଘଟଣା ଉତ୍ତରପ୍ରଦେଶର ଗୋରଖପୁର ଅଞ୍ଚଳରେ ଘଟିଛି । ଯୁବତୀ ଜଣକ ଥାନାରେ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି ।
ଖବର ମୁତାବକ, ଗୋରଖପୁର ଥାନା ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଯୁବତୀ ଜଣକ ରହୁଥିଲେ । ସେ ମାର୍କେଟ ଯିବା ଆସବା କରିବା ସମୟରେ ଯୁବକ ଜଣକ ଲଗାତାର ପିଛା କରୁଥିଲେ । କଥାବାର୍ତ୍ତା ହେବାକୁ ଚେଷ୍ଟା କରୁଥିଲେ । ଯୁବତୀଙ୍କୁ ନିଜ କଥାରେ ଫସାଇବାକୁ ଚେଷ୍ଟା କରୁଥିଲେ । ଯୁବତୀଙ୍କ ସହିତ ସାଙ୍ଗ ହେବାକୁ ଚେଷ୍ଟା କରୁଥିଲେ । ତେବେ ଯୁବତୀ ଏମିତି କରିବାକୁ ମନା କରିବାରୁ ଯୁବତୀଙ୍କ ପିଛା କରି ଘର ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ ।
ଯୁବକ ଜଣକ ଧୀରେ ଧୀରେ ଘର ଲୋକଙ୍କ ସହିତ ବନ୍ଧୁତା କରିବା ପରେ ଯୁବତୀଙ୍କ ଘରକୁ ବାରମ୍ବାର ଯାଉଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଯୁବକ ଜଣକ ଯୁବତୀଙ୍କ ଖାଇବାକୁ ଯିବାକୁ ରେଷ୍ଟୁରାଣ୍ଟ ଡାକିଥିଲେ । ଏନେଇ ଯୁବତୀ ମନା କରିଦେଇଥିଲେ । ତେଣୁ ଯୁବକ ଜଣକ ଚିକେନ ରୋଲ ଧରି ଯୁବତୀଙ୍କ ଘରେ ପହଞ୍ଚିଥିଲେ । ଆଉ ଏହି ଖାଦ୍ୟରେ କିଛି ନିଶାଦ୍ରବ୍ୟ ମିଶାଇଥିଲେ । ଯାହାକୁ ଖାଇବା ପରେ ଯୁବତୀଙ୍କ ମୁଣ୍ଡ ବୁଲାଇଥିଲା ଏବଂ ବେଡରେ ପଡିଯାଇଥିଲେ ଯୁବତୀ । ଯାହାର ଫାଇଦା ନେଇ ଯୁବକ ଜଣକ ଦୁଷ୍କର୍ମ କରିବା ସହିତ ଅଶ୍ଳୀଳ ଭିଡିଓ ସୁଟ୍ କରିଥିଲେ । ଏହାପରେ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ ।
ଯୁବତୀଙ୍କୁ ଏହା ବିଷୟରେ କାହାକୁ ନ କହିବାକୁ ଯୁବକ ଧମକ ଦେଇଥିଲେ । ଭିଡିଓକୁ ଭାଇରଲ କରିବା ପାଇଁ କହିଥିଲେ । କିନ୍ତୁ ଯୁବତୀ ଜଣକ ନିଜ ପରିବାରକୁ ଏକଥା ଜଣାଇବା ପରେ ପୋଲିସ କେସ୍ କରିଥିଲେ । ପୋଲିସ କାର୍ଯ୍ୟାନୁଷ୍ଠାନ କରି ଗିରଫଙ୍କୁ ଗିରଫ କରି ଯାଞ୍ଚ ଆରମ୍ଭ କରିଛି ।