କୁକୁର ବି ଦର୍ଶନ କଲା କେଦାରନାଥ ! ନିଜ ପୋଷା କୁକୁର ସହ ମନ୍ଦିର ବେଢ଼ା ବୁଲିଲେ ଯୁବକ

କେଦାରନାଥ ମନ୍ଦିରକୁ ଜଣେ ଯୁବକ ନିଜ ସହିତ ନିଜ ପୋଷା କୁକୁରକୁ ନେଇ ଯିବା ନେଇ ଘଟଣା ଚର୍ଚ୍ଚାର ପରିସରକୁ ଆସିଛି । ଏହାକୁ ନେଇ ବିଭିନ୍ନ ମହଲରେ ବିବାଦ ମଧ୍ୟ ଉଠିଛି । ବିକାଶ ତ୍ୟାଗୀ ନାମକ ଜଣେ ଯୁବକ ନିଜ ସହିତ ନିଜ ପୋଷା କୁକୁରକୁ ନେଇ କେଦାରନାଥ ଦର୍ଶନ କରିବାକୁ ଯାଇଥିଲେ । ଏନେଇ ଏକ ଭିଡିଓ ବି ଖୁବ ଭାଇରଲ ହେଉଛି ଏହି ଭିଡିଓଟିରେ ଆପଣ ଦେଖିପାରିବେ ବିକାଶ ନିଜ କୁକୁରକୁ ନନ୍ଦୀଙ୍କ ପାଖ ପର୍ଯ୍ୟନ୍ତ ମଧ୍ୟ ନେଇ ଯାଉଛନ୍ତି । ସେଠି ତାକୁ ନେଇ ମଣିଷ ପରି ମୁଣ୍ଡିଆ ମଧ୍ୟ ମାରୁଛନ୍ତି । ସେପଟେ ଵିକେଟିସି ପକ୍ଷରୁ ଯୁବକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଜାରି ହେବା ନେଇ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି । ଗୋଟେ ପଟେ ସୋସିଆଲ ମିଡିଆରେ ଯୁବକଙ୍କୁ ସମର୍ଥନ ମିଳୁଥିବା ବେଳେ ଅନ୍ୟ ପକ୍ଷରେ ବିରୋଧ ମଧ୍ୟ କରାଯାଉଛି ।

କିଛି ଲୋକ ନିଜ କମେଣ୍ଟ ବକ୍ସରେ ଲେଖିଛନ୍ତିଯେ ଭଗବାନ ସମସ୍ତଙ୍କର । ତାଙ୍କୁ ଦର୍ଶନ କରିବା ନେଇ ଜୀବଜନ୍ତୁଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ ରହିବା ଉଚିତ ନୁହେଁ । ଅନ୍ୟ ପକ୍ଷରେ କିଛି ଲୋକ ଏହା ମଧ୍ୟ ମତ ରଖିଛନ୍ତିଯେ କୁକୁର ହେଉଛି ଏକ ଇତର ପ୍ରାଣୀ । ତାକୁ କୌଣସି ଧର୍ମାନୁଷ୍ଠାନକୁ ନେଇ ଯିବା ଉଚିତ ନୁହେଁ । ଏମିତିରେ କହିବାକୁ ଗଲେ ଯୁବକଙ୍କ ଏହି କାର୍ଯ୍ୟ ଧୃଷ୍ଟତାର ପରିଚୟ ନିଶ୍ଚିତ । ଏମିତି କିଛି କରିବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେବା ଜରୁରୀ ।

Leave A Reply

Your email address will not be published.