ଦେଶ ବିଦେଶ

‘ଯେତେ ପାରୁଛ, ସେତେ ମଦ ପିଅ’…! ଯୁବଗୋଷ୍ଠୀଙ୍କୁ ଏମିତି ଆହ୍ଵାନ କଲା ଜାପାନ, ଅର୍ଥନୀତି ସ୍ୱଚ୍ଛଳ କରିବାକୁ ଦେଶରେ ଆରମ୍ଭ ହେଲା ଖାସ୍‌ ଅଭିଯାନ

ଯେତେ ପାରୁଛ, ସେତେ ମଦ ପିଅ…! ଏ କଥା ଆମେ ନୁହେଁ, ବରଂ ଯୁବଗୋଷ୍ଠୀଙ୍କୁ ଏଭଳି ଆହ୍ଵାନ କରିଛି ଜାପାନ। ମଦ ପିଇଲେ ଦେଶର ଅର୍ଥବ୍ୟବସ୍ଥା ସ୍ୱଚ୍ଛଳ ହୋଇପାରିବ ବୋଲି ପ୍ରଶାସନ କହିଛି। ଏଥିପାଇଁ ଦେଶରେ ଆରମ୍ଭ ହୋଇଛି ‘Sake Viva’ ଅଭିଯାନ, ଯଦ୍ଦ୍ଵାରା ଜାପାନର ଯୁବଗୋଷ୍ଠୀ ଅଧିକ ମଦ ପିଇବା ପ୍ରତି ଆକର୍ଷିତ ହୋଇ ପାରିବେ।

ବାସ୍ତବରେ, ଏହି ଦେଶରେ ଯୁବପିଢ଼ି ନିଜ ବାପା, ମାଆଙ୍କ ତୁଳନାରେ କମ୍‌ ମଦ ସେବନ କରି ଥାଆନ୍ତି। ଏଠାରେ ‘ମଦ ପିଇ ଅର୍ଥନୀତି ସ୍ୱଚ୍ଛଳ କରିବା’ ଚିନ୍ତାଧାରା ପଛରେ ଜାପାନର ନ୍ୟାସନାଲ ଟ୍ୟାକ୍ସ ଏଜେନ୍ସି କାମ କରୁଛି। ଏହି ଏଜେନ୍ସି ଏକ ଜାତୀୟସ୍ତରୀୟ ପ୍ରତିଯୋଗିତା ମଧ୍ୟ ଆରମ୍ଭ କରିଛି। ଏଥିରେ ୨୦ରୁ ୩୯ ବର୍ଷ ବୟସର ଲୋକମାନଙ୍କଠାରୁ ବିଜନେସ୍‌ ଆଇଡିଆ ମଗାଯାଇଛି, ଯଦ୍ଦ୍ଵାରା ମଦର ବ୍ୟବହାର ବଢ଼ି ପାରିବ।

ଜାପାନୀ ଲୋକମାନଙ୍କୁ ଆହ୍ଵାନ କରାଯାଇଛି ଯେ ସେମାନେ ଆଗକୁ ଆସି ନିଜର ଆଇଡିଆ ଦିଅନ୍ତୁ। ଯାହାଫଳରେ ବର୍ତ୍ତମାନ ଯେଉଁ ଟ୍ରେଣ୍ଡ୍‌ ଚାଲିଛି, ତାହାକୁ ପରିବର୍ତ୍ତନ କରାଯାଇ ପାରିବ। ଯେଉଁ ଗ୍ରୁପ୍‌ ଟ୍ୟାକ୍ସ ଏଜେନ୍ସି ପାଇଁ ଏହି ପ୍ରତିଯୋଗିତା ଆରମ୍ଭ କରିଛି, ତାହାର କହିବା ହେଲା, କରୋନା ମହାମାରୀ ପରେ ଲୋକଙ୍କ ଅଭ୍ୟାସରେ ଅନେକ କିଛି ପରିବର୍ତ୍ତନ ହୋଇଛି। ଯେଉଁ ଲୋକମାନଙ୍କ ବୟସ ବଢ଼ିଲାଣି, ସେମାନେ ମଦ ପିଇବା କମ୍‌ କରି ଦେଇଛନ୍ତି।

ଜାପାନୀ ଯୁବଗୋଷ୍ଠୀଙ୍କ ଅଭ୍ୟାସ ପରିବର୍ତ୍ତନ ପାଇଁ ପ୍ରମୋସନ, ବ୍ରାଣ୍ଡିଂ ଆଦି କରାଯିବ। ଏଥି ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବି ଉପଯୋଗ କରାଯିବ। ଯଦିଓ ଏହି ଅଭିଯାନକୁ ନେଇ ଅନେକ ଲୋକ ସହମତି ପ୍ରକାଶ କରି ନାହାନ୍ତି। କାରଣ, ସେମାନଙ୍କ କହିବା ହେଲା, ଏହା ଏକ ବଦଭ୍ୟାସ। ଏପରି ଅଭ୍ୟାସ ଅସ୍ୱାସ୍ଥ୍ୟକର ହୋଇଥାଏ।

ଅନ୍ୟପଟେ କିଛି ଲୋକ ବେଶ୍‌ ଉତ୍ସାହର ସହିତ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଏବଂ ନିଜର ଚିନ୍ତାଧାରାକୁ ସେୟାର କରୁଛନ୍ତି। ଏକ ରିପୋର୍ଟ ମୁତାବକ, ଜାପାନରେ ଆରମ୍ଭ ହୋଇଥିବା ‘Sake Viva’ ପ୍ରତିଯୋଗିତା ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ। ଏହି ସମୟ ଭିତରେ ଲୋକମାନେ ନିଜର ଆଇଡିଆ ବିଷୟରେ ଜଣାଇ ପାରିବେ। ଯିଏ ସବୁଠାରୁ ଭଲ ଆଇଡିଆ ଦେବ, ତାଙ୍କୁ ବିଶେଷଜ୍ଞ ବିକଶିତ କରିବେ। ଏହାପରେ ନଭେମ୍ବରରେ ପ୍ରସ୍ତାବ ଉପସ୍ଥାପନ କରାଯିବ।

sakebiba.jp ନାମକ େଓ୍ଵବ୍‌ସାଇଟରେ ଏହି ଅଭିଯାନ ଆରମ୍ଭ ହେବାର କାରଣ ବିଷୟରେ କୁହାଯାଇଛି। ପ୍ରକୃତ କଥା ହେଲା, ଜାପାନରେ ମଦ ବ୍ୟବସାୟ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। ଅଧିକ ବୟସର ଲୋକେ ଆଉ ମଦ ପିଉନାହାନ୍ତି। କରୋନା ଯୋଗୁ ବି ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି। ତେଣୁ ଏହି ପ୍ରୋଜେକ୍ଟ ମାଧ୍ୟମରେ ଯୁବପିଢ଼ିଙ୍କୁ ବିଜନେସ୍‌ ପ୍ଲାନ୍‌ ପଚରାଯାଇ ସେମାନଙ୍କଠୁ ମତାମତ ନିଆଯାଉଛି।

Roshni

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 min ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

3 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

10 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

19 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

19 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

36 mins ago