‘ସଫେଇ ଦେବାକୁ ଚାହୁଁନି, କେବଳ କ୍ଷମା ମାଗୁଛି’, ବିବାଦ ପରେ କ୍ଷମା ମାଗିଲେ ରଣବୀର ଆଲାହାବାଦିଆ

ବିବାଦୀୟ ବୟାନ ଦେଇ ଫସିଲେ ଲୋକପ୍ରିୟ ୟୁଟ୍ୟୁବର ରଣବୀର ଆଲାହାବାଦିଆ । ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରୈନାଙ୍କ ଶୋ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ର ଦେଇଥିବା କମେଣ୍ଟକୁ ନେଇ ଏବେ ସୋସିଆଲ ମିଡିଆ ଯୁଜର୍ସ ତାଙ୍କୁ ଟାର୍ଗେଟ କରିଛନ୍ତି । ତାଙ୍କ ବିରୋଧରେ ପୋଲିସ କେସ୍ ମଧ୍ୟ ହୋଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ମଧ୍ୟ ରଣବୀରଙ୍କ ବୟାନକୁ ନିନ୍ଦା କରିଛନ୍ତି । ତେବେ ଲୋକଙ୍କ ଆକ୍ରୋଶର ଶିକାର ହେବା ପରେ କ୍ଷମାପ୍ରାର୍ଥନା ମାଗିଛନ୍ତି ରଣବୀର ।
ରଣବୀର ଏକ୍ସରେ ଭିଡିଓ ସେୟାର କରି କହିଛନ୍ତି, ମୋ କମେଣ୍ଟ ଅନୁଚିତ ଥିଲା । କିଛି ମଜାଳିଆ ନଥିଲା, କମେଡି କରିବା ମୋ ଜୋନର ନୁହେଁ । ମୁଁ କେବଳ ଭୁଲ୍ ମାଗିବାକୁ ଚାହୁଁଛି । ମୁଁ ଏହାକୁ ନେଇ କୌଣସି ସ୍ପଷ୍ଟୀକରଣ ଦେବାକୁ ଚାହୁଁନି, କେବଳ କ୍ଷମା ମାଗିବାକୁ ଚାହୁଁଛି । ଜଜମେଣ୍ଟ କରିବା ସମୟରେ ମୋର ଭୁଲ୍ ହୋଇଛି । ଯାହା ମୁଁ କହିଛି, ତା’ ବୁଲକୁଲ୍ କରିବାର ନଥିଲା । ମୋ ପୋଡକାଷ୍ଟ ପ୍ରତ୍ୟେକ ବର୍ଗର ଲୋକ ଦେଖିଛନ୍ତି । ମୁଁ ସେମିତି ଲୋକ ହେବାକୁ ଚାହୁଁନି, ଯିଏ ଏଭଳି ଦାୟିତ୍ବକୁ ହାଲକା ଭାବେ ଗ୍ରହଣ କରିବ ।
I shouldn’t have said what I said on India’s got latent. I’m sorry. pic.twitter.com/BaLEx5J0kd
— Ranveer Allahbadia (@BeerBicepsGuy) February 10, 2025
ସେ ଆହୁରି କହିଛନ୍ତି, ମୁଁ କେବେ ବି ପରିବାରର ଅପମାନ କରିବି ନାହିଁ । ମୋତେ ସେହି ପ୍ଲାଟଫର୍ମକୁ ଭଲ ଭାବେ ବ୍ୟବହାର କରିବାର ଥିଲା । ମୁଁ ଏଥିରୁ ଶିକ୍ଷା ପାଇଲି । ଆଉ କଥା ଦେଉଛି, ମୁଁ ମେକର୍ସଙ୍କୁ ଏଭଳି ଅସମ୍ବେଦନଶୀଳ ଅଂଶକୁ ହଟାଇବାକୁ କହିଛି । ମାନବିକତା ଭାବେ ଆପଣମାନେ ମୋତେ କ୍ଷମା କରିଦେବେ ।
ସୂଚନାଯୋଗ୍ୟ, ରଣବୀର ‘ଇଣ୍ଡିଆଜ ଗଟ୍ ଲାଟେଣ୍ଟରେ ଅତିଥି ଭାବେ ଯୋଗ ଦେଇଥିଲେ । ସେତେବେଳେ କ’ଣ ଆପଣଙ୍କ ବାପା ମା’ ଶରୀରିକ ସମ୍ପର୍କ ରଖୁଥିବାବେଳର ଦୃଶ୍ୟ ଦେଖିବାକୁ ପସନ୍ଦ କରିବେ ? କିମ୍ବା ଆପଣ ସେଥିରେ ସାମିଲ ହେବେ ଏବଂ ତାହାକୁ ରୋକିବେ ବୋଲି ଜଣେ ମହିଳା କଣ୍ଟେଷ୍ଟାଣ୍ଟଙ୍କୁ ପଚାରିଥିଲେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ୟୁଜର୍ସ ଟ୍ରୋଲ କରିବା ଆରମ୍ଭ କରିଥିଲେ ।
Also Read : ମହାମଣ୍ଡଳେଶ୍ବର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ଣ୍ଣି, ଇନଷ୍ଟାରେ ପୋଷ୍ଟ କଲେ ଭିଡିଓ