ଋଷ ସାମ୍ନାରେ ମୁଣ୍ଡ ନୁଆଁଇବେନି ଜେଲେନସ୍କି, ଅଫିସ ମଧ୍ୟରୁ ଭିଡ଼ିଓ କଲେ ସେୟାର

ନୂଆଦିଲ୍ଲୀ : ମୁଣ୍ଡ ନୁଆଁଇବେନି ଜେଲେନସ୍କି । ଋଷ ସାମ୍ନାରେ ମୁଣ୍ଡ ନୁଆଁଇବେନି ବୋଲି କହିଲେ ଜେଲେନସ୍କି । ନିଜ ଅଫିସ ମଧ୍ୟରୁ ଏକ ଭିଡ଼ିଓ ସେୟାର କରିଛନ୍ତି। ଭିଡ଼ିଓ ସେୟାର କରି କହିଛନ୍ତି, ଆମ ପାଇଁ ସବୁଦିନ ସୋମବାର। ଦେଶରେ ଯୁଦ୍ଧ ପରିସ୍ଥିତି। ସମସ୍ତ ନାଗରିକ ଯୁଦ୍ଧ ମୈଦାନରେ। ସମସ୍ତ ସହରରେ ଲୋକମାନେ ନିଜକୁ ରକ୍ଷା କରିବାକୁ ଲଢୁଛନ୍ତି। ଅସ୍ତ୍ରଶସ୍ତ୍ର ନଥିଲେ ମଧ୍ୟ ଲଢେଇ ଜାରି ରହିଛି।

ୟୁକ୍ରେନ ପାଇଁ ଲଢେଇ କରୁଥିବା ପ୍ରତ୍ୟେକ ନାଗରିକ ଆମ ପାଇଁ ହିରୋ। ଆମେ ଆକ୍ରମଣକାରୀଙ୍କୁ ଡରୁନୁ। ଆମେ ମେସିନ ଗନ୍‌, ଟ୍ୟାଙ୍କଙ୍କୁ ଡୁରୁନୁ । ସେମାନଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ। ଯୁଦ୍ଧ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦେବା ପାଇଁ ଶପଥ ନେଇଛନ୍ତି । ଋଷ ଜାଣିଶୁଣି ଲୋକଙ୍କୁ ହତ୍ୟା କରୁଛି । ଆମ ମାଟିରେ ଲୋକଙ୍କ ଉପରେ ଅତ୍ୟାଚାର କରିଥିବା ଲୋକଙ୍କୁ ଭୁଲିବୁ ନାହିଁ । ସେମାନଙ୍କ ପାଇଁ ଶ୍ମଶାନ ବ୍ୟତୀତ ଦୁନିଆର ଅନ୍ୟ କୌଣସି ଶାନ୍ତ ସ୍ଥାନ ନାହିଁ । ଶତ୍ରୁଙ୍କୁ ଆମେ ହରାଇବା ଓ ଆମ ଦେଶକୁ ପୁଣି ଗଢିବା ବୋଲି କହିଛନ୍ତି ଜେଲେନସ୍କି।

 

ଆହୁରି ପଢନ୍ତୁ : ରୁଷ୍‌ ଆକ୍ରମଣରେ ୟୁକ୍ରେନ୍‌ ପରମାଣୁ ପ୍ଲାଣ୍ଟ ଧ୍ୱସ୍ତ, ଯଦି ଲିକ୍‌ ହୁଏ ତେବେ ପରିସ୍ଥିତି ଅତି ଭୟଙ୍କର ହେବ

Leave A Reply

Your email address will not be published.