ଦେଶ ବିଦେଶ

ପୁଟିନଙ୍କ ସହ ଆଲୋଚନା ପାଇଁ ମୁଁ ପ୍ରସ୍ତୁତ, ଯଦି ସେ ରାଜି ନହୁଅନ୍ତି ତା ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ହେବ: ଜେଲେନସ୍କି

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ ବଡ଼ ବୟାନ । ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି କହିଲେ ଜେଲେନସ୍କି । ଯଦି ରାଜି ନହୁଅନ୍ତି ତା ଅର୍ଥ ତୃତୀୟ ବିଶ୍ୱଯୁଦ୍ଧ ହେବ । ଏଭଳି ମନ୍ତବ୍ୟ ରଖିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି । ୨୬ ଦିନ ହେଲାଣି ରୁଷ-ୟୁକ୍ରେନ୍‌ ଭିତରେ ଘମାଘୋଟ ଯୁଦ୍ଧ ଚାଲିଛି ।

ଏଭଳି ସ୍ଥିତିରେ ପୁଟିନଙ୍କ ସହ ଆଲୋଚନା ପାଇଁ ରାଜି ଥିବା ଜେଲେନସ୍କି କହିଛନ୍ତି । ଯଦି ଆଲୋଚନା ଉଦ୍ୟମ ବିଫଳ ହୁଏ, ତେବେ ତୃତୀୟ ବିଶ୍ୱଯୁଦ୍ଧ ସୃଷ୍ଟି କରିବ ବୋଲି ଜେଲେନସ୍କି କହିଛନ୍ତି ।

ଅନ୍ଯପଟେ ଯୁଦ୍ଧ ଲମ୍ବୁଛି । ବଢ଼ୁଛି ରୁଷ୍‌ ସେନାର ବର୍ବରତା । ନିରିହ ଲୋକଙ୍କ ଜୀବନ ଯାଉଛି । ଆଜି ଯୁଦ୍ଧର ୨୬ ଦିନ । ଏକ ସପିଂ ମଲ ଉପରେ ଭୟଙ୍କର ଆକ୍ରମଣ କରିଛି ରୁଷ ସେନା । ରିଟ୍ରୋଭିଲେ ସପିଂ ମଲ ଉପରେ ହମଲା । ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି ସପିଂ ମଲ । ସିକ୍ୟୁରିଟି କ୍ୟାମେରାରେ ଏହି ଭିଡ଼ିଓ କଏଦ ହୋଇଛି । ପୁଡିଲ ଜିଲ୍ଲାରେ ଥିବା ରିଟ୍ରୋଭିଲେ ସପିଂ ମଲ ଉପରେ ଆକ୍ରମଣ ହୋଇଛି । ରାଜଧାନୀ କିଭରେ ପୁଣି ବୋମାବର୍ଷା । ସହରର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ବୋମାମାଡ଼ ଶବ୍ଦ ।

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago