ବୟଷ ମାତ୍ର ୧୧ ବର୍ଷ କିନ୍ତୁ ନିଜ ସାଙ୍ଗକୁ ବଞ୍ଚାଇବା ପାଇଁ ଦୀର୍ଘ ସମୟ ଧରି ଲଢ଼ିଲା କୁମ୍ଭୀର ସହ

ବେଳେବେଳେ ଆମ ଆଖି ସାମ୍ନାରେ ଏପରି କିଛି ଘଟଣା ଘଟେ ଯାହାକୁ ଦେଖିଲେ ଲାଗେ ସତେ ଯେପରି ଭଗବାନ ପରୀକ୍ଷା ନେବାପାଇଁ ଜାଣିଶୁଣି ଏପରି କରାଉଥିଲେ । ଠିକ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ଜିମ୍ବାୱେରେ । ଏଠାରେ ଜଣେ ୧୧ ବର୍ଷୀୟା ବାଳିକା ନିଜ ସାଙ୍ଗକୁ ବଞ୍ଚାଇବାକୁ ଯାଇ ନିଜେ ମୃତ୍ୟୁର ବାଟ ଘେରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ସମ୍ପୂର୍ଣ ଘଟଣା ।

ସୂଚନା ଅନୂଯାୟୀ ୧୧ ବର୍ଷୀୟ ରିବାକା ମୁନକୋମ୍ବେ ହାୱାଙ୍ଗର ଜିମ୍ବାୱେ ସହରରେ ବାସ କରନ୍ତି । ଥରେ ସ୍ଥାନୀୟ ଅଂଚଳର ସିଣ୍ଡ୍ରେଲା ନାମକ ଏକ ପୋଖରୀରେ କିଛି ପିଲା ମିଶି ପଂହରୁଥିଲେ । ଠିକ ସେହି ସମୟରେ ଅଚାନକ ଲାଟୋୟା ମୁୱାନୀ ନାମକ ଜଣେ ୯ ବର୍ଷୀୟା ବାଳିକା ଅଚାନକ ପାଣିରେ ବୁଡ଼ିବାକୁ ଲାଗିଲେ । ଯାହାକୁ ଦେଖିବା ପରେ ୧୧ ବର୍ଷୀୟା ରିବାକା ତାଙ୍କୁ ବଞ୍ଚାଇବାକୁ ନିଷ୍ପତ୍ତି ନେଇ ପାଣି ଭିତରକୁ ଡେଇଁ ପଡ଼ିଥିଲେ । ପାଣିକୁ ଡେଇଁବା ପରେ ରିବାକାଙ୍କୁ ଲାଗିଲା ଯେପରି କେହିଜଣେ ଲାଟୋୟାଙ୍କୁ ପାଣି ଭିତରକୁ ଟାଣୁଛି । କିଛି ସମୟ ପରେ ରିବାକା ଜାଣିପାରିଲେ ଯେ ଏକ ବଡ଼ କୁମ୍ଭୀର ଲାଟୋୟାଙ୍କ ହାତ ଓ ଗୋଡ଼ ଧରି ତାକୁ ଭିତରକୁ ଟାଣୁଛି । ଏହା ଦେଖି ସେ ଟିକିଏ ବି ସମୟ ନଷ୍ଟ ନକରି ତୁରନ୍ତ କୁମ୍ଭୀରର ପିଠି ଉପରକୁ ଡେଇଁ ପଡିଲେ । ଏହାପରେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀର ପିଠି ଉପରେ ବସି ତାର ଆଖିକୁ ବାରମ୍ବାର ଆକ୍ରମଣ କରିବାକୁ ଲାଗିଲେ । ଏହି ସମୟରେ ସେ ଭୁଲି ଯାଇଥିଲେ ଯେ ତାଙ୍କ ନିଜ ଜୀବନରେ ମଧ୍ୟ ବିପଦରେ ଅଛି । ସାଙ୍ଗକୁ ବଞ୍ଚାଇବା ଚକ୍କରରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ସେ । ଯେପର୍ଯ୍ୟନ୍ତ କୁମ୍ଭୀରଟି ତାଙ୍କ ସାଙ୍ଗକୁ ନଛାଡିଛି ସେ ପର୍ଯ୍ୟନ୍ତ ରିବାକା କୁମ୍ଭୀରରର ଆଖିକୁ ଆକ୍ରମଣ କରି ଚାଲିଥିଲେ ଏବଂ ଶେଷରେ ସଫଳତାର ଆଲୋକ ତାଙ୍କ ପାଦ ଛୁଇଁଥିଲା । ନିଜ ସାଙ୍ଗକୁ ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ ରିଵାକା ।

 

ସ୍ଥାନୀୟ ମିଡ଼ିଆକୁ ରିବାକା କହିଥିଲେ ଯେ “ମୁଁ ସେହି ସମସ୍ତ ପିଲାଙ୍କ ମଧ୍ୟରେ ସବୁଠାରୁ ବଡ଼ ଥିଲି ତେଣୁ ୭ ବର୍ଷୀୟା ଲାଟୋୟାଙ୍କ ଜୀବନ ବଞ୍ଚାଇବାର ଦାୟିତ୍ୱ ମଧ୍ୟ ମୋର ଥିଲା । ସେଥିପାଇଁ ମୁଁ ଆଗପଛ କିଛି ନଭାବି ହଠାତ ପାଣି ଭିତରକୁ ଡେଇଁ ପଡ଼ିଥିଲି କାରଣ ସେହି ସମୟରେ ସେ ଏପରି ଚିତ୍କାର କରୁଥିଲା । ଯେପରି କେହିଜଣେ ତା ହାତକୁ ଧରି ଗଭୀର ପାଣି ଭିତରକୁ ଟାଣି ନେଉଛି । ଭଗବାନଙ୍କ ଦୟାରୁ ଦୀର୍ଘ ସମୟ ଧରି କୁମ୍ଭୀରର ଆଖିକୁ ଆକ୍ରମଣ କରିବା ପରେ ସେ ଲାଟୋୟାକୁ ଛାଡିଦେଇଥିଲା ଏବଂ ତୁରନ୍ତ ଆମେ ଦୁହେଁ ପହଁରୀ କୂଳକୁ ଆସିଯାଇଥିଲୁ । ଆମେ ଭାଗ୍ୟବାନ ଥିଲୁ ଯେ କୁମ୍ଭୀରଟି ଦ୍ଵିତୀୟ ଥର ଆମ ଉପରେ ଆକ୍ରମଣ କରିନି”।

ଏହାସହ ପଢନ୍ତୁ ମୃତ୍ୟୁର ସୌଦାଗର ଅବୁ ବକର ଅଲ୍ ବାଗଦାଦୀର ଠିକଣା କେମିତି ପାଇଲା ଆମେରିକା? ମିଶନରେ କିଏ କରିଥିଲା ସହଯୋଗ?

ରିପୋର୍ଟ ଅନୁଯାୟୀ ଏହି ଯୁଦ୍ଧରେ ରିବାକାଙ୍କର କୌଣସି କ୍ଷତି ହୋଇନାହିଁ କିନ୍ତୁ ତାଙ୍କ ସାଙ୍ଗ ଲାଟୋୟା ଗଭୀର ଭାବେ ଆହତ ହୋଇଥିଲେ । ଲାଟୋୟା ମୃତ୍ୟୁ ମୁଖରୁ ଫେରି ଆସିଥିବାରୁ ତାଙ୍କ ବାପା ଭଗବାନଙ୍କୁ ଧନ୍ୟବାଦ ଦେବା ସହିତ ରିବକାଙ୍କୁ ବହୁତ ପ୍ରଶଂସା କରିଥିଲେ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭାଲାଅଛି ଏବଂ ସେ ଅତିଶୀଘ୍ର ଘରକୁ ଫେରିଯିବେ ବୋଲି ଡାକ୍ତର କହିଛନ୍ତି ।

KNews Bureau

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

9 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

11 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

46 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

57 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago