ନିଜ ଭୁଲ୍‌ ମାନିଲା ଜୋମାଟୋ, କହିଲା ଏମିତି କଥା

ଅନ୍‌ଲାଇନ୍‌ ଫୁଡ୍‌ ଅର୍ଡର ଓ ଡେଲିଭରି କରୁଥିବା କମ୍ପାନୀ ଜୋମାଟୋ ଏବଂ ରେସ୍ତୋରାଁ ମାଲିକଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନି। ଜୋମାଟୋ ଗୋଲ୍ଡକୁ ନେଇ ରେସ୍ତୋରାଁର ମାଲିକମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜୋମାଟୋ ଗୋଲ୍ଡ ପ୍ରୋଗ୍ରାମ ମାଧ୍ୟମରେ କମ୍ପାନୀ ୨୮ଠଠ କୋଟି ଟଙ୍କାର ବେପାର କରିସାରିଲାଣି। ତେବେ କମ୍ପାନୀ ନିଜର କିଛି ଭୁଲ୍‌କୁ ସ୍ୱୀକାର କରିବା ସହ ଗ୍ରାହକଙ୍କ ମଧ୍ୟ କିଛି ଭୁଲ ରହୁଥିବା କହିଛି।

କମ୍ପାନୀ ସ୍ଥାପନା ବେଳେ ଯେତିକି ଲାଭ କରିଥିଲା ତାହା ତୁଳନାରେ ଗୋଲ୍ଡ ସ୍କିମ୍‌ଦ୍ୱାରା ଅର୍ଜିତ ଅର୍ଥ ପ୍ରାୟ ୬ଠ ପ୍ରତିଶତ ଅଧିକ ବୋଲି ଜଣାଯାଇଛି। କମ୍ପାନୀ ତରଫରୁ ଗୋଲ୍ଡ ପ୍ରୋଗ୍ରାମ ମାଧ୍ୟମରେ ଗୋଲ୍ଡ ଟେବୁଲର ସଦସ୍ୟଙ୍କ ବୁକିଂ ଉପରେ ୫ଠ ପ୍ରତିଶତ ଛାଡ଼ କରାଯାଇଛି। ତେବେ ରେସ୍ତୋରାଁ ମାଲିକଙ୍କ କହିବା ଅନୁସାରେ ଏଭଳି ବଡ଼ ଅଫର ଦେବା ଦ୍ୱାରା ସେମାନଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଜୋମାଟୋର ଏଭଳି ଅଫରକୁ ବିରୋଧ କରି ବିଭିନ୍ନ ସହରରେ ପ୍ରାୟ ୧୨ଠଠରୁ ଅଧିକ ରେସ୍ତୋରାଁ ଜୋମାଟୋ ଗୋଲ୍ଡ ପ୍ଲାଟଫର୍ମରୁ ନିଜକୁ ଅଲଗା କରିସାରିଲେଣି। ତେବେ ଜୋମାଟୋ ତରଫରୁ ଏଭଳି ନ କରିବା ପାଇଁ ଅନୁରୋଧ କରାଯାଇଛି।

ଏଥିସହ ପଢ଼ନ୍ତୁ: ଯାତ୍ରୀମାନଙ୍କ ପାଇଁ ଖୁସି ଖବର: ଏଣିକି ରାତିରେ ବି ଖୋଲା ରହିବ ତାଜମହଲ, ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ କେନ୍ଦ୍ର ସରକାର

୨୦୧୭ ମସିହାରେ ଜୋମାଟୋ ଗୋଲ୍ଡ ସ୍କିମ୍‌ ଆରମ୍ଭ କରିଥିଲା। କମ୍ପାନୀ ତରଫରୁ ଏହାର ଗୋଲ୍ଡ କ୍ଲବର ସଦସ୍ୟତା ବୃଦ୍ଧି କରାଯାଇ ରେଭେନ୍ୟୁ ବଢ଼ାଯାଇଥିଲା। ତେବେ ରେସ୍ତୋରାଁ ମାଲିକଙ୍କ କହିବାନୁସାରେ, ସ୍କିମ୍‌ ଆରମ୍ଭରୁ କମ୍ପାନୀ ଯେଉଁ ନିୟମ କରିଥିଲା ଏବେ ସେଥିରେ ବହୁ ପରିବର୍ତ୍ତନ ହୋଇଛି। ପୂର୍ବରୁ ସାରା ଦେଶରେ ୫୦୦୦ରୁ ୧୦ହଜାର ମଧ୍ୟରେ ସଦସ୍ୟ ସୀମିତ ରଖିବାକୁ ଯୋଜନା ଥିଲା। ଗ୍ରାହକ ସଂଖ୍ୟାରେ ବୃଦ୍ଧି କରି ବିକ୍ରି ବଢ଼ାଇବାର ଲକ୍ଷ୍ୟରେ ଏହା ଆରମ୍ଭ ହୋଇଥିଲା। ମାତ୍ର ଜୋମାଟୋ ଗୋଲ୍ଡର ବ୍ୟବହାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ୧୩ ଲକ୍ଷରେ ପହଞ୍ଚିଲାଣି। ଜୋମାଟୋ ଗ୍ରାହକଙ୍କ ଠାରୁ ଫିସ୍‌ ନେଉଥିବା ବେଳେ ରେସ୍ତୋରାଁରୁ ବି ପ୍ରାପ୍ତ ନେଉଛି। ପୂର୍ବରୁ ୪୦ ହଜାର ଟଙ୍କା ନିଆଯାଉଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୭୫ ହଜାରରେ ପହଞ୍ଚିଲାଣି। ଏଣୁ ରେସ୍ତୋରାଁଗୁଡ଼ିକ ଏବେ ଜୋମାଟୋ ସେବା ଦେବା ବନ୍ଦ କରିବାକୁ ମନସ୍ଥ କରିଥିବା ଜଣାଯାଇଛି।

ତେବେ ଏନେଇ ଜୋମାଟୋର ପ୍ରତିଷ୍ଠାତା ଦୀପେନ୍ଦର ଗୋୟଲ କହିଛନ୍ତି ଯେ, ଆମେ କେଉଁଠି ନା କେଉଁଠି ଭୁଲ କରିଛୁ। ତେବେ ଏବେ ଆଗକୁ ବଢ଼ିବାର ସମୟ। ଆମେ ବେପାର ୧ଠ ଗୁଣ ବଢ଼ାଇବାକୁ ଯୋଜନା କରୁଛୁ ବୋଲି ସେ କହିଛନ୍ତି।

WCW 11

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

7 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago