ନବୀନଙ୍କ ନାମାଙ୍କନ,ବିଜେପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସଭାପତି

ବିଜେପୁର : ବିଜେପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ୪ ସେଟ୍‌ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନବୀନଙ୍କ ପ୍ରସ୍ତାବକ ଥିଲେ ବିଧାୟିକା ରୀତା ସାହୁ ଓ ଅନ୍ୟ ତିନି ଜଣ। ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ ବରଗଡ଼ ଜିଲ୍ଲାର ତୁଙ୍ଗ ନେତା। ଗତ ଉପନିର୍ବାଚନ ବେଳେ ବିଜେପୁରର ବିକାଶର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏବେ ସେ ନିଜେ ଏହି ଆସନରୁ ପ୍ରତିନିଧିତ୍ୱ କରିବେ । ତେଣୁ ବେଶ ଉତ୍ସାହିତ ବିଜେପୁରବାସୀ । ବିଜେପୁର ବିଧାନସଭା ସହ ହିଞ୍ଜିଳିରୁ ବି ଲଢୁଛନ୍ତି ନବୀନ । ପୂର୍ବରୁ ୨୦ ତାରିଖରେ ହିଞ୍ଜିଳି ବିଧାନସଭା ଆସନ ପାଇଁ ନବୀନ ମାନାଙ୍କନ ଦାଖଲ କରିଛନ୍ତି ।

Leave A Reply

Your email address will not be published.