ସମବାୟ ବ୍ୟାଙ୍କଗୁଡିକ ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ନୂଆ ନିୟମ, ଗ୍ରାହକଙ୍କ ଆକାଉଣ୍ଟରେ ଜମା ହୋଇଥିବା ଟଙ୍କା ଉପରେ ପକାଇବ ପ୍ରଭାବ

ଭାରତ ସରକାର ସମସ୍ତ ସହକାରୀ ବ୍ୟାଙ୍କକୁ RBIର ଅଧିନରେ ନେବା ପାଇଁ ବ୍ୟାଙ୍କିଙ୍ଗ ରେଗ୍ୟୁଲେସନ ଆକ୍ଟ ସହିତ ଜଡିତ ବିଧେୟକକୁ ସୋମବାର ଦିନ ଲୋକସଭାରେ ଜାରି କରିଛନ୍ତି । ପ୍ରଥବେ କେବଳ ସରକାରୀ ଓ ଘରୋଇ ବ୍ୟାଙ୍କକୁ RBI ରେଗୁଲେଟ କରୁଥିଲା , କିନ୍ତୁ ବର୍ତ୍ତମାନ ଏହା ସହକାରୀ ବ୍ୟାଙ୍କ ଉପରେ ମଧ୍ୟ ନଜର ରଖିବ । ଭାରତରେ ୧୪୮୨ ସହରୀ ବ୍ୟାଙ୍କ ଓ ୫୮ ମଲ୍ଟି- ଷ୍ଟେଟ କୋଓପୋରେଟିଭ ବ୍ୟାଙ୍କ ରହିଛି । ଏହା ସହିତ ସମୁଦାୟ ୧୫୪୦ଟି ସହକାରୀ ବ୍ୟାଙ୍କ ସିଧାସଳଖ RBI ର ରେଗୁଲେସନରେ ରହିଛି ।

ଗ୍ରାହକଙ୍କ ଉପରେ ଏହାର ପ୍ରଭାବ:

ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ଗ୍ରାହକଙ୍କ ହିତ ପାଇଁ ନିଆ ଯାଇଛି ବୋଲି ବିଶେଷଜ୍ଞ ମତ ରଖିଛନ୍ତି । ଯେହେତୁ ଅର୍ଥମନ୍ତ୍ରୀ ୨୦୨୦ରେ ଉପସ୍ଥିତ ବଜେଟରେ ଏହାକୁ ୧ ଲକ୍ଷରୁ ବୃଦ୍ଧି କରି ୫ ଲକ୍ଷ ଟଙ୍କାକୁ ବଢାଇଛନ୍ତି ତେଣୁ ଯଦି କୌଣସି ବ୍ୟାଙ୍କ ଡିଫଲ୍ଟ ହୁଏ ତେବେ ବ୍ୟାଙ୍କରେ ଜମା ହୋଇ ରହିଥିବା ୫ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ରାଶି ସୁରକ୍ଷିତ ରହିବ । ଯଦି କୌଣସି କାରଣରୁ ବ୍ୟାଙ୍କ ବୁଡିଯାଏ ତେବେ ଗ୍ରାହକର ଖାତାରେ କମ୍ ରାଶି ଥିଲେ ମଧ୍ୟ ଖାତାଧାରୀଙ୍କୁ ୫ ଲକ୍ଷ ଟଙ୍କା ରାଶି ଫେରସ୍ତ ମିଳିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ର ସିବ୍ସିଡିୟାରି ଡିପୋଜିଟ ଇନ୍ସୁରାନ୍ସ ଆଣ୍ଡ କ୍ରେଡିଟ ଗ୍ୟାରେଣ୍ଟି କୋରପୋରେସନ ଅନୁସାରେ , ବୀମାର ଅର୍ଥ ହେଉଛି ଜମା ରାଶି ଯେତେ ହୋଇଥିଲେ ବି ଗ୍ରାହକ ୫ ଲକ୍ଷ ଟଙ୍କା ପାଇ ପାରିବେ ।

money

DICGC ଆକ୍ଟ ର ,୧୯୬୧ ର ଧାରା ୧୬(୧) ଅନୁଯାୟୀ ଯଦି କୌଣସି ବ୍ୟାଙ୍କ ବୁଡିଯାଏ କିମ୍ବା ଦେବାଳିଆ ହୋଇଯାଏ ତେବେ DICGC ର ପ୍ରତ୍ୟେକ ଜମାକର୍ତ୍ତା ଏଥିପାଇଁ ଦାୟୀ ହେବେ ଓ ତାଙ୍କ ଉ ପରେ ୫ଲକ୍ଷ ଟଙ୍କାର ବୀମା ରହିଛି । ଯଦି ଆପଣଙ୍କର କୌଣସି ଗୋଟିଏ ବ୍ୟାଙ୍କର ଭିନ୍ନ ଭିନ୍ନ ବ୍ରାଞ୍ଚରେ ଖାତା ଖୋଲା ହୋଇଛି ତେବେ ସେ ସମସ୍ତ ରାଶିକୁ ମିଶାଇ କେବଳ ୫ ଲକ୍ଷ ଟଙ୍କାକୁ ହିଁ ସୁରକ୍ଷିତ ଭାବେ ଧରାଯିବ । କେବଳ ସେତିକି ନୁହେଁ ଯଦି କେବଳ ଗୋଟେ ବ୍ୟାଙ୍କରେ ଏକ ରୁ ଅଧିକ ଆକାଉଣ୍ଟ ଓ FD ରହିଛି ତେବେ ବ୍ୟାଙ୍କ ବୁଡିବା ପରେ କେବଳ ୧ ଲକ୍ଷ ଟଙ୍କା ମିଳିବ । ଏହି ସବୁ ରାଶି କିପରି ଭାବେ ମିଳିବ ତାହା DICGC ନିର୍ଣ୍ଣୟ କରିଥାଏ ।

ବ୍ୟାଙ୍କମାନଙ୍କ ଉପରେ ଏହାର ପ୍ରଭାବ :

ଜନତାଙ୍କୁ ତାଙ୍କ ଟଙ୍କା ସୁରକ୍ଷିତ ରହିଥିବାର ବାର୍ତ୍ତା ହିଁ ବ୍ୟାଙ୍କ ପାଇଁ ସବୁଠାରୁ ବଡ ଲାଭ ହେବ ।କୋଓପରୋଟିଭ ବ୍ୟାଙ୍କର ଟଙ୍କା କେଉଁ କ୍ଷେତ୍ରରେ ଆବଣ୍ଟନ ହେବ ତାହା ରିଜର୍ଭ ବ୍ୟାଙ୍କ ଦ୍ୱାରା ସୁନିଶ୍ଚିତ କରାଯିବ । ଏହି ପ୍ରକିୟାକୁ ପ୍ରାୟୋରିଟି ସେକ୍ଟର ଲ୍ୟାଣ୍ଡିଙ୍ଗ ମଧ୍ୟ କୁହାଯାଏ ।

money

ଏସମସ୍ତ ବ୍ୟାଙ୍କ RBI ଅଧିନରେ ଆସିଲା ପରେ ଏହାର ସମସ୍ତ ନିୟମ ମାନି ଚଳିବାକୁ ପଡିବ ଯାହା ଦେଶର ମୋଦ୍ରିକ ନିତିକୁ ସଫଳ କରିବାରେ ସହାୟକ ହେବ । ଏହା ସହିତ ବ୍ୟାଙ୍କ ଦେବାଳିଆ ନହେବା ପାଇଁ ସମସ୍ତ ବ୍ୟାଙ୍କକୁ ନିଜର କିଛି ପୁଞ୍ଜି RBI ଅଧିନରେ ରଖିବାକୁ ହେବ । ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ଦେଶର କୋଓପୋରେଟିଭ ବ୍ୟାଙ୍କ ଉପରେ ଜନତାଙ୍କର ବିଶ୍ୱାସ ଅଧିକ ରହିବ ଓ ଦେଶରେ ବ୍ୟାଙ୍କ ଗୁଡିକର ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

Leave A Reply

Your email address will not be published.