Odisha News

ମାଲକାନଗିରିର ମାଓଗଡ଼କୁ ଖୋଲିଲା ରାସ୍ତା

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଜିଲ୍ଲାର ମାଓଗଡ଼କୁ ଖୋଲିଲା ରାସ୍ତା। ସ୍ୱାଭିମାନ ଅଞ୍ଚଳର ହାନ୍ତାଳଗୁଡ଼ାରୁ ଜୋଡାମ୍ବକୁ ଫିଟିଲା ରାସ୍ତା। ଏହା ଦ୍ୱାରା ସ୍ୱାଭିମାନ ଅଞ୍ଚଳର ୫ଟି ପଞ୍ଚାୟତକୁ ଯୋଗାଯୋଗ ସ୍ୱାଭାବିକ ହୋଇଛି। ଉପକୃତ ହେବେ ୩୦ହଜାରରୁ ଅଧିକ ଲୋକ। ମାଲକାନଗିରି ଏସପିଙ୍କ ତତ୍ୱାବଧାନରେ ଜିଲ୍ଲା ପୋଲିସର ଏସଓଜି, ଡିଭିଏଫ ଓ ବିଏସଏଫର ମିଳିତ ଅପରେସନରେ ଏହି ରାସ୍ତା ଖୋଲିବାରେ ସକ୍ଷମ ହୋଇଛି। ମାଓବାଦୀଙ୍କ ବିରୋଧ ସତ୍ତ୍ୱେ ପୋଲିସ ବଡ଼ ଚ୍ୟାଲେଞ୍ଜ ସହ ଏହି ରାସ୍ତା ନିର୍ମାଣ କରିଛି।

Loading...

Leave A Reply

Your email address will not be published.