ସହଜରେ ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଜିତିଲା ନ୍ୟୁଜିଲାଣ୍ଡ, ଟିମ ଇଣ୍ଡିଆ ୮ ଓ୍ଵିକେଟ୍‌ରେ ପରାସ୍ତ

ଲଣ୍ଡନ : ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ ଫାଇନାଲ୍‌ରେ ଭାରତକୁ ହରାଇ ଚାମ୍ପିଅନ ହୋଇଛି ନ୍ୟୁଜିଲାଣ୍ଡ । ଆଜି ସାଉଥମ୍ପଟନ ଠାରେ ଅନ୍ତିମ ଦିବସରେ ନ୍ୟୁଜିଲାଣ୍ଡ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇ ବିଶ୍ୱରେ ବେଷ୍ଟ ବୋଲି ପ୍ରମାଣିତ କରିଛି । ଯେମିସନ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି
ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ୧୩୯ ରନ୍‌ର ଟାର୍ଗେଟ୍‌ ଦେଇଥିଲା ଭାରତ । ଯାହାକୁ ନ୍ୟୁଜିଲାଣ୍ଡ ୨ ଓ୍ଵିକେଟ୍‌ରେ ହାସଲ କରି ନେଇଥିଲା । ଅଧିନାୟକ କେନ ଉଇଲିଅମସନ  (୫୨) ଏବଂ ରଜ ଟେଲର (୪୭) ବଢିଆ ଭାଗିଦାରୀ କରି ଦଳକୁ ଜିତାଇ ଦେଲେ । ଅତି ଧୈର୍ଯ୍ୟର ସହ ସେମାନେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ସାମ୍ନା କରିଥିଲେ । ପୂର୍ବରୁ ଆଜି ଷଷ୍ଠ ତଥା ଅତିରିକ୍ତ ଦିବସ ଖେଳରେ ଭାରତୀୟ ଦଳ ୧୭୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା ।

 

 

 

 

 

 

Leave A Reply

Your email address will not be published.