Sabuthi Sabubele Hata Muthare Khabar

ଲକଡାଉନରେ ବି ନିଜ ବିବାହକୁ ଭୁଲିଲେନି ବର, ଚାରିଜଣ ବରଯାତ୍ରୀଙ୍କୁ ସାଙ୍ଗରେ ଧରି ବାଇକରେ ଆସିଲେ ନବଦମ୍ପତି

ମୁର୍ଦାବାଦ ସହରରେ ମଙ୍ଗଳବାର ଏକ ଏମିତି ବିବାହ ହୋଇଛି ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।କରୋନା ଭାଇରସ ପାଇଁ ଏବେ ସବୁ ବିବାହ, ବ୍ରତକୁ ବନ୍ଦ କରିଦିଆଯାଇଛି। ତେବେ ଏହାକୁ ନେଇ ନବ ଦମ୍ପତି ହେବାକୁ ଯାଉଥିବା ବର କନ୍ୟା ତାଙ୍କ ବିବାହକୁ ନେଇ ବହୁତ କିଛି ପ୍ଲାନ କରିଥିଲେ କିନ୍ତୁ କରୋନା ପାଇଁ ଏବେ ସବୁ ଫିକା ପଡିଛି। ନିକଟରେ ଏକ ଏମିତି ବିବାହ ହୋଇଛି ଯେଉଁ ବିବାହରେ ବର କନ୍ୟାଙ୍କୁ ଛାଡି ମାତ୍ର ୪ ଜଣ ବରଯାତ୍ରୀ ସାମିଲ ହୋଇଥିଲେ। ତିନୋଟି ବାଇକରେ ଯେତେବେଳେ ବରପାତ୍ର ଜଣଙ୍କ ବରଯାତ୍ରୀଙ୍କ ସମେତ କନ୍ୟାଙ୍କୁ ନେଇ ବଜାରରେ ଯାଉଥିଲେ ତେବେ ଏହାକୁ ଦେଖି ଲୋକମାନେ ତାଙ୍କ ଘରୁ ହିଁ ତାଙ୍କୁ ସ୍ୱାଗତ କରୁଥିଲେ।

groomଲକଡାଉନ ଚାଲୁଥିବା କାରଣରୁ ବରପାତ୍ର ଜଣଙ୍କ ସୀମିତ ବରଯାତ୍ରୀ ସହିତ କନ୍ୟାଙ୍କୁ ନେଇ ଲୋକ ମାନଙ୍କୁ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବାକୁ ସଂଦେଶ ମଧ୍ୟ ଦେଲେ। ଏହା ସେଇ ଇଲାକା ଯେଉଁଠାରେ ଜନତା କର୍ଫ୍ୟୁରେ ଲୋକେ ଘରୁ ବାହାରେ ଏବଂ ଶହ ଶହ ଲୋକ ଇଦଗାହରେ ସିଏଏ ଏବଂ ଏନଆରସି ବିରୋଧରେ ଧାରଣାରେ ବସୁଥିଲେ।

କାରଣ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ମୁର୍ଦାବାଦ ଜିଲ୍ଲା ଲକଡାଉନରେ ଅଛି। ଏଥିପାଇଁ ଯେଉଁମାନଙ୍କର ବିବାହ ତାରିଖ ଏହାରି ଭିତରେ ଥିଲା ସେମାନଙ୍କର ବିବାହ ସ୍ଥଗିତ କରିଦିଆଯାଇଛି। କିନ୍ତୁ ଏହି ବାର ଏବଂ ବରଯାତ୍ରୀ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

bride bikeକିନ୍ତୁ ମଙ୍ଗଳବାର ହୋଇଥିବା ଏହି ବିବାହରେ ବର ବି ଥିଲେ ଆଉ କନ୍ୟା ବି। କେବଳ ଏତିକି ନୁହେ ବିବାହରେ ଚାରି ଜଣ ବରଯାତ୍ରୀ ମଧ୍ୟ ଥିଲେ। ଯାହା ଏବେ ଚର୍ଚ୍ଚାର ବିଷୟକୁ ଆସିଛି। ଯେତେବେଳେ ବର ଜଣଙ୍କ ତାଙ୍କ ନବ ବିବାହିତା ପତ୍ନୀଙ୍କୁ ନେଇ ବାଇକରେ ଯାଉଥିଲେ ସେତେବେଳେ ଲୋକମାନେ ତାଙ୍କ ଛାତ ଏବଂ ବାଲକୋନୀ ଓ ରାସ୍ତାରେ ଛିଡା ହୋଇ ଭିଡିଓ ବନାଇଥିଲେ।

ଅନେକ ସ୍ଥାନରେ ତାଙ୍କୁ ବାଟରେ ଅଟକା ମଧ୍ୟ ଯାଇଛି, କିନ୍ତୁ ଏଥିରେ ବର ଜଣଙ୍କ ଆପତ୍ତି କରି କହିଲେ ଯେ ଲକଡାଉନରେ ଅଧିକ ଲୋକ ତ ଦୂରରେ ପରିବାର ଲୋକଙ୍କୁ ମଧ୍ୟ ଡାକିନାହିଁ।

Leave A Reply

Your email address will not be published.