ଭଦ୍ରକ : ଦଶମ ପର୍ଯ୍ୟାୟ ଖାଦ୍ୟ ପୁଡ଼ିଆ ପହଞ୍ଚିଲା କିସ୍‌ ଛାତ୍ରଛାତ୍ରୀଙ୍କ ଘରେ

ଭଦ୍ରକ(କେନ୍ୟୁଜ୍‌) :  କରୋନା କାଳରେ ଘରେ ରହି ପାଠ ପଢ଼ୁଥିବା କିସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଦଶମ ପୁଡ଼ିଆ ଶୁଖିଲା ଖାଦ୍ୟ ସାମଗ୍ରୀ ସେମାନଙ୍କ ଘରେ ପହଞ୍ଚିଛି । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ବସ୍‌ ଯୋଗେ ଏହି ସବୁ ଖାଦ୍ୟ ପୁଡ଼ିଆ ଭଦ୍ରକ ଜିଲ୍ଲା ଅଫିସ୍‌ରେ ପହଞ୍ଚିବା ପରେ ଜିଲ୍ଲା ସଂଯୋଜକ ବିରେନ୍‌ ମହାଳିକ ଏହି ସବୁ ଖାଦ୍ୟ ପୁଡ଼ିଆକୁ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଥିଲେ ।

kiss

ଭଦ୍ରକ ଜିଲ୍ଲାରୁ ୧୭ ଜଣ ଛାତ୍ରଛାତ୍ରୀ ଭୁବନେଶ୍ୱର କିସ୍‌ରେ ରହି ପାଠ ପଢ଼ୁଛନ୍ତି । କରୋନା କାଳରେ ସେମାନେ ଘରେ୍‌ ରହି ପାଠ ପଢ଼ୁଥିବାରୁ ଦୀର୍ଘ ୧୦ ମାସ ହେବ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତ ପିଲାମାନଙ୍କ ପାଇଁ ସେମାନଙ୍କ ଘରକୁ ଚୁଡ଼ା, ଚିନି, ଡାଲି, ବିସ୍କୁଟ ଓ ସାବୁନ ପଠାଉଛନ୍ତି । ଦୀର୍ଘ ୧୦ ମାସ ଧରି ପିଲାମାନଙ୍କ ପାଖକୁ ବହି, ଖାତା ଓ ଖାଦ୍ୟ ସାମଗ୍ରୀ ପଠାଯାଉଥିବାରୁ ଅଭିଭାବକମାନେ କିସ୍‌ ପ୍ରତିଷ୍ଠାତାଙ୍କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.