ଡାକ୍ତରବାବୁ ମୋତେ ବଂଚେଇ ଦିଅ, କର୍କଟ ରୋଗ ପାଇଁ ହାତ ଯୋଡି ଆକୁଳ ନିବେଦନ କରୁଛି ୧୦ ବର୍ଷର ନିଷ୍ପାପ ଶିଶୁ

ସାଲେପୁର : ଡାକ୍ତରବାବୁ ମୋତେ ବଂଚେଇ ଦିଅ, ମୁଁ ସ୍କୁଲ ଯିବି, ପାଠ ପଢ଼ିବି । ଭଗବାନ ମୋତେ ବଞ୍ଚେଇ ଦିଅ । ମୋତେ ଆଗ ଭଳି ଭଲ କରିଦିଅ । ମୁଁ ମୋ ସାଙ୍ଗମାନଙ୍କ ସହ ଖେଳିବି ବୁଲିବି । ହାତ ଯୋଡି ଆକୁଳ ନିବେଦନ କରୁଛି ଜଣେ ୧୦ ବର୍ଷର ନିଷ୍ପାପ ଶିଶୁ କ୍ଷୀତିଶ ପଳେଇ । କାରଣ ଏହି କୁନି ପିଲାଟି ଏବେ ମାରାତ୍ମକ କର୍କଟ ରୋଗରେ ପୀଡିତ । ପୀଡିତ ପୁଅକୁ ଧରି ଏ ହସ୍ପିଟାଲ ରୁ ସେ ହସ୍ପିଟାଲ ଘୁରି ବୁଲୁଥିବା ବାପା ମାଆଙ୍କ ପାଇଁ ସେହି ନିରୀହ ନିଷ୍ପାପ ଶିଶୁଟି ହିଁ ଏକମାତ୍ର ଆଶାର ଆଲୋକ । ଯିଏ ଯାହା କହୁଛି କହୁ, ଯେତେ କଷ୍ଟ ହଉଚି ହଉ,ହେଲେ ଆମର ଏକମାତ୍ର ପୁଅର ଜୀବନ ବଞ୍ଚିଯାଉ । ବାହାଘରର ୯ ବର୍ଷ ପରେ ପା ସେ ମୋ କୋଳକୁ ଆସିଥିଲା, ପୁଣି ଏତେ ଜଲଦି କେମିତି ମୋ କୋଳ ଶୂନ୍ୟ କରିଦେବ ପ୍ରଭୁ । ଏୟା ଭାବି ମାଆ ବି ନିଜ କୋହ ସମ୍ଭାଳି ପାରୁନି । କାନ୍ଦି ପକାଉୁଛି ପୁଅଟିକୁ କୋଳେଇ ଧରି । ପୁଅର କ୍ଷୀତିଶ ବି ଦେଖିପାରୁନି ମାଆ ଆଖିର ଲୁହ ପୋଛି ଦେଉଛି ।
ସତରେ ଭାରି ଦୁଃଖଦ ଖବର ଆଜ୍ଞା । ବିଶ୍ୱାସ କରନ୍ତୁ ଏ କୁନି ପିଲାଟି କ୍ଷୀତିଶ ବିଷୟରେ ପୂରା କଥା ଶୁଣିବା ପରେ ଆପଣଙ୍କ ଆଖିରେ ବି ଲୁହ ରହିବନି । କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁହୁଣ୍ଡା ପଞ୍ଚାୟତ କଲ୍ୟାଣପୁର ଗାଁର ଦିନ ମଜୁରିଆ ଦମ୍ପତି ଆକୁଳି ପଲେଇ ଏବଂ ମମତା ପରିଡା । ବାହାଘରର ୯ ବର୍ଷ ପରେ କୋଳକୁ ଆସିଥିଲା କ୍ଷିତୀଶ । ହେଲେ ସେହି ଗେହ୍ଲା ପୁଅ ଏବେ କର୍କଟ ରୋଗ ସହିତ ଲଢ଼ୁଛି । ତାର କୁନି ଓଠରେ କେତେ କଣ କଥା କହିଦେଉଛି । ତାର ଏଇ ନିଷ୍ପାପ ଆଖି କିଛି ନକହିଲେ ବି ବହୁତ କିଛି କହି ଦେଉଛି ।
ମାସେ କି ବର୍ଷେ ନୁହେଁ, ୩ ବର୍ଷ ହେବ ରୋଗୀଣା ପୁଅକୁ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଘୁରି ବୁଲୁଛନ୍ତି ସେମାନେ । ଡାକ୍ତର କହୁଛନ୍ତି ବୋନ୍ ମାରୋ ରୋଗ, ବୋନ ଟ୍ରାନ୍ସମିଶନ ଅତ୍ୟନ୍ତ ଜରୁରୀ । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଯେତିକି ଟଙ୍କା ଥିଲା ସେସବୁ ସରିଲାଣି । ଆଉ ପଇସା ନଥିବାରୁ କ୍ଷୀତିଶ ଚିକିତ୍ସିତ ହେଉଥିବା ଘରୋଇ ହସ୍ପିଟାଲ ବି ୨ ଦିନ ତଳେ କ୍ଷିତୀଶକୁ ଫେରେଇ ଦେଇଛି । କଟକରେ ବି ଡାକ୍ତର କହୁଛନ୍ତି ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ବମ୍ବେ ଗଲେ ସେଠାରେ ଚିକିତ୍ସା ହୋଇପାରିବ । କିନ୍ତୁ ବାପା ମାଆଙ୍କ ପାଖରେ ସମ୍ବଳ ବୋଲି କିଛି ନାହିଁ । ଘରର ସମସ୍ତ ଆସବାବ ପତ୍ର, ଅଳଙ୍କାର, ଛେଳି ଓ ଗାଈ ଗୋରୁ ବିକ୍ରି ସରିଛି, ଏମିତିକି ଘର ଡିହ ବି ବିକ୍ରି କରିସାରିଲେଣି । ସବୁକିଛି ବିକ୍ରି ବନ୍ଧା ସରିଲାଣି,ଏବେ ସମ୍ବଳ ବୋଲି କିଛି ନାହିଁ । ଚିକିତ୍ସା ପାଇଁ କୋଡିଏ ଲକ୍ଷରୁ ଅଧିକ ଟଙ୍କା ଦରକାର ।
କେହି ବଦାନ୍ୟ ବ୍ୟକ୍ତି, ସାମାଜିକ ଅନୁଷ୍ଠାନ, ସରକାରୀ ଏବଂ ବେସରକାରୀ ସଂସ୍ଥାରୁ ସହାୟତା ମିଳିଲେ, ଛୋଟ ପିଲାଟିର ଜୀବନ ରକ୍ଷା ହୋଇପାରନ୍ତା । କ୍ଷିତୀଶ କହୁଛି ପୁଣି ଥରେ ସେ ସ୍କୁଲ ଯାଆନ୍ତା, ସାଙ୍ଗ ସାଥିଙ୍କ ସହିତ ଖେଳନ୍ତା, ବୁଲନ୍ତା । ନିଜ ଗାଁ ଓ ନିଜର ଛୋଟିଆ ପରିବାର ଭିତରେ ହସି ଖେଳି ସମୟ କଟେଇ ଦିଅନ୍ତା । ଛୋଟିଆ ପିଲା ସିନା କ୍ଷିତୀଶ, କିନ୍ତୁ ଏକଥା ସେ ଡାକ୍ତର ବାବୁଙ୍କୁ ହାତ ଯୋଡି ଅନୁରୋଧ କରୁଛି । ସେ ଜାଣିଛି ଡାକ୍ତର ହିଁ ଭଗବାନ । ଆସନ୍ତୁ ଏହି ବୋନ୍ ମାରୋ ଭଳି ଦୁରାରୋଗ୍ୟରେ ପୀଡିତ ନିରୀହ ଶିଶୁଟି ପାଇଁ ଖୋଲା ହୃଦୟରେ ସହଯୋଗ କରିବା ଓ ପିଲାଟିର ଆଶୁ ଆରୋଗ୍ୟ ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ।
ଯଦି ଆପଣ କ୍ଷିତିଶକୁ ସହଯୋଗର ହାତ ବଢ଼ାଇବାକୁ ଚାହୁଁଛନ୍ତି ତାହେଲେ ଏଥିରେ ସାହାଯ୍ୟ ରାଶି ପଠାଇପାରିବେ।
ବ୍ୟାଙ୍କ ଅଫ ଇଣ୍ଡିଆ, କୁହୁଣ୍ଡା ଶାଖା
ଆକାଉଣ୍ଟ ନମ୍ବର – 558810410001069
ifsc କୋଡ୍ – BKID00005588
କିମ୍ବା ଆପଣ ଫୋନପେ ନମ୍ବରରେ ମଧ୍ୟ ସହାୟତା ରାଶି ପଠାଇପାରିବେ, ଫୋନପେ ନମ୍ବର – 7749944362
ଯାହା ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରନ୍ତୁ । ଆପଣଙ୍କର ଏହି ଛୋଟିଆ ସାହାଯ୍ୟ ହୁଏତ ଏ କୁନି ପୁଅ କ୍ଷୀତିଶର ଜୀବନ ବଞ୍ଚାଇ ପାରିବ ।