୧୦୨ ନଟ୍ଆଉଟ୍ : ମହିଳା ଆଥଲେଟ୍ ମାନ କୌର

ମନରେ ଆତ୍ମବିଶ୍ବାସ ଥିଲେ ହାର ମାନିଥାଏ ବୟସ । ବୟସର ଅପରାହ୍ନରେ ଏମିତି ଏକ ଉଜ୍ବଳ ସୂର୍ଯ୍ଯ ହୋଇ ଉଇଁଛନ୍ତି ଆଥଲେଟ୍ ମାନ କୌର । ଯାହାଙ୍କ ବୟଷ ୧୦୨ ବର୍ଷ । ଏହି ବୟସରେ ସାଧାରଣତଃ ବୃଦ୍ଧବୃଦ୍ଧା ମାନେ କୌଣସି ସ୍ଥାନକୁ ଯିବାଆସିବା କରିବା ପାଇଁ ସକ୍ଷମ ହୋଇପାରନ୍ତି ନାହିଁ, ତେଣୁ ବିଶ୍ରାମ ନିଅନ୍ତି । ହେଲେ ଚଣ୍ଡିଗଡ ନିବାସୀ ମାନ କୌର କିନ୍ତୁ ଏବେ ପ୍ରସ୍ତୁତ ହେଉଛନ୍ତି ଏକ ବିଶ୍ୱ ପ୍ରିତଯୋଗିତା ପାଇଁ ।

man_kaurମାନ କୌର ଜଣେ ସ୍ପ୍ରିଣ୍ଟର । ୯୩ ବର୍ଷ ବୟସରେ ଦୌଡିବା ଆରମ୍ଭ କରିଥିଲେ ଏହି ଆଥଲେଟ୍‌ । ତାଙ୍କର କୀର୍ତ୍ତିମାନ ଦେଖିବାକୁ ମିଳିଥିଲା ଗତବର୍ଷ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର୍ସ ଖେଳରେ । ଯେଉଁଠି ଟ୍ରାକ ଆଣ୍ଡ ଫିଲ୍ଡରେ ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଚମକାଇ ଦେଇଥିଲେ ମାନ । ଆସନ୍ତା ବର୍ଷ ହେବାକୁ ଯାଉଛି ବିଶ୍ୱ ମାଷ୍ଟର୍ସ ଆଥଲେଟିକ୍ସ ଇଣ୍ଡୋର ଚାମ୍ପିୟନସିପ୍  । ଯେଉଁଠି ୬୦ ମିଟର ଓ ୨୦୦ ମିଟର ରେସରେ ଭାଗ ନେବେ ମାନ । ଯେଉଁଥିପାଇଁ ଏବେ ସେ ପଟିଆଲାରେ ଟ୍ରେନିଂ ନେଉଛନ୍ତି । ମାନ ସ୍ପ୍ରିଣ୍ଟିଂ ସହିତ ଜାଭେଲନ୍‌ ଥ୍ରୋ କରିବାରେ ମଧ୍ୟ  ରୂଚି ରଖନ୍ତି ।

mannnଏ ବୟଷରେ ବି ତାଙ୍କର ଏଭଳି ଫିଟନେସର କାରଣ ସନ୍ତୁଳିତ ଖାଦ୍ୟପେୟ ଓ ବ୍ୟାୟାମ ବୋଲି କୁହନ୍ତି ମାନ । ସରକାର ମୋତେ କିଛି ସହାୟତା ଦିଅନ୍ତୁ କି ନ ଦିଅନ୍ତୁ , ମୁଁ ଦୌଡିବି । ଦୌଡିବା ଯୋଗୁଁ ମୋତେ ଖୁସି ମିଳିଥାଏ ବୋଲି ମାନ କୌର କୁହନ୍ତି ।

mankaurlମାନ କୌରଙ୍କ ୮୦ ବର୍ଷୀୟ ପୁଅ ଗୁରୁଦେବ ସିଂହ ବି ମାଷ୍ଟର୍ସ ପ୍ରତିଯୋଗିତାରେ ଭାଗ ନେଇଥାନ୍ତି । ପୂର୍ବରୁ ଗୁରୁଦେବ ମାଙ୍କ ପ୍ରତିଯୋଗିତା ପାଇଁ ବିଦେଶ ଯାଇଥିଲେ । ସେଠାରେ ଦେଖିଥିଲେ ତାଙ୍କ ଭଳି ଅନେକ ବୟସ୍କ ମଧ୍ୟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ସେବେଠୁ ଗୁରୁଦେବ ନିଜେ ବିଶ୍ୱ ମାଷ୍ଟର୍ସରେ ଖେଳି ଆସୁଛନ୍ତି । ତେବେ ପ୍ରତିଯୋଗିତା ପାଇଁ ଉଭୟ ବେଶ୍‌ ଏକ୍ସାଇଟେଡ୍‌ ଥିବା କୁହନ୍ତି ଗୁରୁଦେବ । ଆଗକୁ ୨୦୧୯ରେ ପୋଲାଣ୍ଡ, ଟରୋଣ୍ଟୋରେ ୨୦୨ ଓ ଜାପାନରେ ହେବାକୁ ଥିବା ପ୍ରତିଯୋଗିତାରେ ଉଭୟ ମା ପୁଅ ଆଥଲେଟ୍‌ ଯୋଗ ଦେବାକୁ   ଲକ୍ଷ୍ୟ ରଖିଛନ୍ତି । ଗତ ବର୍ଷ ମାନ କୌର ଗୋଟିଏ ମିନିଟ ୧୪ ସେକେଣ୍ଡରେ  ୧୦୦ ମିଟରକୁ କମ୍ପ୍ଲିଟ୍‌ କରିଥିଲେ । ଏପର୍ଯ୍ୟନ୍ତ ଏହି ଆଥଲିଟ୍‌ ବିଶ୍ୱ ମାଷ୍ଟର୍ସରେ ୨୦ରୁ ଅଧିକ ମେଡାଲ ଜିତିସାରିଛନ୍ତି ।

You might also like