ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ: ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍): ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ୨୪ତମ ପ୍ରତିଷ୍ଠା ଦିବସ ପାଳିତ । ଏହି ଅବସରରେ ଭୁବନେଶ୍ୱର ମଦନପୁର ସ୍ଥିତ ସଂସ୍କୃତି ବିହାରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିର୍ମିତ ୩ଟି ଏକାଡେମୀ ବ୍ଲକ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଜଗନ୍ନାଥ ଦାସ, ସାରଳା ଦାସ, ଭୀମ ଭୋଇ ଓ ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ନାମରେ ଚେୟାର ପ୍ରତିଷ୍ଠା କରାଯାଇଛି । ଏଠାରେ ଉଚ୍ଚସ୍ତରର ଗବେଷଣା ହେବ । ଏଥିସହ ଭାସ୍କର୍ଯ୍ୟ ଉଦ୍ୟାନକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ରାଜ୍ୟ ସଂଗ୍ରହାଳୟର ଦୁଇଟି କଫି ଟେବୁଲ୍‌ ବୁକ୍‌ ଉନ୍ମୋଚିତ ହୋଇଛି । ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ର କଳା ଫଟୋ ପ୍ରଦର୍ଶନୀ ମଧ୍ୟ ମୁଖ୍ୟମନ୍ତ୍ରୀ ବୁଲି ଦେଖିଛନ୍ତି ନବୀନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.