ଯାଜପୁର: ଦୁର୍ନୀତି ବିରୋଧରେ ଜିରୋ ଟଲରେନ୍ସ , ୩ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

ଯାଜପୁର ଟାଉନ(କେନ୍ୟୁଜ୍):  ଦୁର୍ନୀତି ଅଭିଯୋଗରେ ୩ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ ଜିଲ୍ଲା ପାଳ । ଯାଜପୁର ବିଂଝାରପୁର ବ୍ଲକ ଜରି ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ଅବହେଳା କରିବା ଅଭିଯୋଗରେ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର ପଞ୍ଚାୟତର ପିଇଓ ପ୍ରକାଶ ଯେନା,ଜିଆରଏସ ପାର୍ଥ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର ପାତ୍ରଙ୍କୁ ନିଲମ୍ବିତ କରିଛନ୍ତି ।

ଏହି ପଞ୍ଚାୟତରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ବାଟମାରଣା କରାଯାଉଥିବା ଅଭିଯୋଗ ନେଇ ସମିତି ସଭ୍ୟ ଭୁବନାନନ୍ଦ ସାମଲ ଧାରଣା ଦେବା ସହିତ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଜିଲାପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରିବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.