ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ମାତ୍ର ୩ ବର୍ଷର ଝିଅ

ଯାଜପୁର: ବୟସ ମାତ୍ର ୩ ବର୍ଷ । ଭଲ ଭାବେ ପାଟି ଫିଟିନି କି ସ୍ପଷ୍ଟ କଥା କହିପାରୁନି ଏହି କୁନି ଝିଅ ନେହାଶ୍ରୀ । ବିଭିନ୍ନ ରାଜ୍ୟର ରାଜଧାନୀ, ଫଳ ଫୁଲ ର ନାମ ଠାରୁ ଆରମ୍ଭ କରି ଚମତ୍କାର ସଂସ୍କୃତ ଶ୍ଳୋକ ଉଚ୍ଚାରଣ କରି ସମସ୍ତ ଆଶ୍ଚର୍ୟ୍ଯ ଓ ଚକିତ କରିଛନ୍ତି । କିନ୍ତୁ ଏହି ବୟସରେ ସେ ସ୍ଥାନ ପାଇଛନ୍ତି ଇଣ୍ଡିଆ ବୁକ୍ ରେ ସ୍ଥାନ । ନିଜ ପାଖ ରେ ଥିବା ଅସାଧାରଣ ପ୍ରତିଭା ପାଇଁ ଏବେ ସେ ଚର୍ଚ୍ଚା ରେ ଅଛନ୍ତି । ନେହାଶ୍ରି ହେଉଛନ୍ତି ଯାଜପୁର ବରୀ ଅଞ୍ଚଳର । ଶହଶହ ପ୍ରଶ୍ନର ସଠିକ୍ ଉତ୍ତର ରଖି ସେ ଇଣ୍ଡିଆ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ।
ବିଭିନ୍ନ ରାଜ୍ୟର ରାଜଧାନୀ ଠାରୁ ଆରମ୍ଭ କରି ମାସ,ବର୍ଷ,ରାମାୟଣ,ମହାଭାରତ, ପ୍ରଭୁ ଜଗନ୍ନାଥଙ୍କ ସଂର୍ପର୍କିତ ସବୁ ପ୍ରଶ୍ନ ଉତ୍ତର ଦେଉଛନ୍ତି । ମୁହଁରୁ ଗୋଟିଏ ପରେ ଗୋଟିଏ ଭଜନ ଓ ଜଣାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏତେ କମ ସମୟ ରେ ଏଭଳି ଚମତ୍କାର ସ୍ମରଣ ଶକ୍ତି ପାଇଁ ସେ ପ୍ରଶଂସା ସାଉଣ୍ଟି ଛନ୍ତି ।
ପିଲା ବେଳୁ ନେହାଶ୍ରୀ ନିଜ ମାଆଙ୍କ ପାଖରେ ରହି ସବୁ ଶିଖିଛନ୍ତି।କେବଳ ଏଭଳି ପ୍ରଖର ସ୍ମରଣ ଶକ୍ତି ତାଙ୍କ ପାଖରେ ନାହିଁ ସେ ମଧ୍ୟ ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ଅନ୍ୟ ମାନଙ୍କୁ ଚମକାଇ ଦେଇ ପାରୁଛନ୍ତି। ନେହଶ୍ରୀ ଙ୍କ ବାପା ଜଣେ ସୈନିକ ହୋଇ ସମଗ୍ର ଅଞ୍ଚଳ ପାଇଁ ଗର୍ବ ଆଣିଥିବା ବେଳେ ଏବେ ସେ ନିଜ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ପାଲଟି ଯାଇଛନ୍ତି । ଏଥି ପାଇଁ ନିଜ ପରିବାର ଠାରୁ ଆରମ୍ଭ କରି ଅଞ୍ଚଳ ବାସି ନେହାଶ୍ରୀ ଙ୍କୁ ଶୁଭେତ୍ସା ଓ ଅଭିନନ୍ଦନ ଜଣାଇଛନ୍ତି। ଆଗକୁ ସେ ଜଣେ ଡାକ୍ତର ହେବେ ବୋଲି ନେହାସ୍ରି କହୁଥିବା ବେଳେ ତା ଇଚ୍ଛା କୁ ପୁରଣ କରାଯିବ ବୋଲି ପରିବାର ଲୋକେ କହିଛନ୍ତି ।