ଭୋଜି କରିବାକୁ ଯାଇ ଭାସିଗଲେ ତିନି ଯୁବକ, ଜଣେ ଜୀବିତ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ନିଖୋଜ

କେନ୍ୟୁଜ୍(ବ୍ୟୁରୋ): ଭୋଜି କରିବାକୁ ଯାଇ ଭାସିଗଲେ । ଜଣେ ଜୀବିତ ଉଦ୍ଧାର ହୋଇଥିବା ବେଳେ ଦୁଇ ଜଣ ନିଖୋଜ । ସମ୍ବଲପୁର ହୀରାକୁଦ ଡ୍ୟାମ ନିକଟସ୍ଥ ଝାଙ୍କରଣୀ ମନ୍ଦିର କୂଳରେ ଭୋଜି କରିବାକୁ ତିନିଜଣ ଯୁବକ ଓ ଜଣେ ଯୁବତୀ ଯାଇଥିଲେ । ଗାଧୋଉଥିବା ସମୟରେ ତିନି ଜଣ ଯୁବକ ନଦୀରେ ଭାସିଯାଇଥିଲେ ।

ସେମାନଙ୍କ ମଧ୍ୟରୁ ଜଣେ ଜୀବିତ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି ।  ଅଗ୍ନିଶମ ବିଭାଗ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି । ସମସ୍ତେ ବୁର୍ଲା ସ୍ଥିତ ଏମସିଏଲର ନବ ନିଯୁକ୍ତ କର୍ମଚାରୀ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.