ମୟୂରଭଞ ଜିଲ୍ଲା କପ୍ତିପଦା ରେଂଜ ଅଧିନ ମାଟିଆଚୁଆ ଗ୍ରାମ ଜଙ୍ଗଲରେ ଏକ ହାତିର  ମୃତ ଦେହ ପଡିଥିବା ସ୍ଥାନୀୟ ଲୋକେ ଜାଣିବାକୁ ପାଇଥିଲେ । ଏବଂ ଘଟଣା ସ୍ଥଳରେ ବନବିଭାଗକୁ ଖବର ଦେଇଥିଲେ । ଏହା ପରେ ବନବିଭାଗ ଅଧିକାରି ମାନେ ଘଟଣା ସ୍ଥଳରେ ପଂହଚି ହାତି ଟିକୁ ଠାବ କରିବା ସହିତ ତା’ର ବ୍ଯବଚ୍ଛେଦ କରାଇ ସେଠାରେ ପୋତି ଦେଇଛନ୍ତି ।

ମୃତ ହାତୀଟି ପୁରୁଷ ହୋଇଥିବା ବେଳେ ତା’ର ବୟସ ୫ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଇଛି । କିଛି ଦିନ ତଳେ ଉକ୍ତ ଜଙ୍ଗଲକୁ ଏହି ହାତୀ ପଲ ଆସିଥିବା ବେଳେ ଦନ୍ତା ହାତୀ ଏହି ହାତୀ ଟି କୁ ଆକ୍ରମଣ କରିଛି । ଯାହା ଫଳରେ ତା’ର ପଛ ପାଖ ବାମ ଗୋଡଟି ଭାଙ୍ଗି ଯାଇଥିବାରୁ ହାତିଟି ଚାଲି ପାରୁନଥିଲା । ଏବଂ ଗୋଟିଏ ସ୍ଥାନରେ ପଡି ପଡି ମରିଯାଇଥିଲା । ତେବେ ଗତ ଏକ ବର୍ଷରେ ଏହି ଗ୍ରାମରେ ୪ ରୁ ଅଧିକ ହାତୀଙ୍କର ମୄତ୍ୟୁ ହୋଇଥିବାର ସୂଚନା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.