ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ, ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । କଟକ ୨୦୨୦ ଦୁଇ ନାବାଳିକା ଭଉଣୀଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ହରିଶ ଚନ୍ଦ୍ର ବାରିକକୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ଏହାସହ ୧୦ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ୧୭ଜଣ ସାକ୍ଷୀ ଓ ୧୫ ଟି ତଥ୍ୟ ପ୍ରମାଣ ଆଧାରରେ ରାୟ ଶୁଣାଇଛନ୍ତି କୋର୍ଟ । ଏହାସହ ଦୁଇ ନାବାଳିକାଙ୍କୁ ୩ ଲକ୍ଷ ଲେଖାଏଁ କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ ।

ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ରହିଛି । କଟକ ସଦର ଉରାଳି ଅଞ୍ଚଳରେ ୨୦୨୦ ନଭେମ୍ବର ୧୬ ତାରିଖରେ ଘଟଣା ଘଟିଥିଲା । ଦୁଇ ନାବାଳିକା ଭଉଣୀଙ୍କୁ ନଦୀକୁ ଗାଧୋଇବାକୁ ଡାକି ନେଇ ଦୁଷ୍କର୍ମ କରିଥିଲା ବଡ଼ବାପା । ଘଟଣା ସମ୍ପର୍କରେ ନାବାଳିକା ଦୁହେଁ ପରିବାର ଲୋକଙ୍କୁ ଜଣାଇବା ପରେ ଏନେଇ କଟକ ସଦର ଥାନାରେ ମାମଲା ରୁଜୁ ହୋଇଥିଲା ।.

Leave A Reply

Your email address will not be published.