ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍‌ OSAP

ପିପିଲି (କେନ୍ୟୁଜ) : ପିପିଲି ଉପ ନିର୍ବାଚନ ପାଇଁ ମୁତୟନ ହେବେ ୧୮ ପ୍ଲାଟୁନ୍‌ OSAP । ସେହିପରି ୩ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ । ପିପିଲି ଉପନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଏଭଳି ସୂଚନା ଦେଇଛନ୍ତି ADG ଯଶଓ୍ଵନ୍ତ ଜେଠଓ୍ଵା । ଆଜି ଅପରାହ୍ନରେ ଜେଠଓ୍ଵା ପିପିଲି ଥାନା ପରିଦର୍ଶନ କରିଥିଲେ । ଏହି ସମୟରେ ପୁରୀ ଏସପି କନୱର ବିଶାଲ ସିଂହଙ୍କ ସହ ପିପିଲି ଏସଡ଼ିପିଓ ଉପସ୍ଥିତ ଥିଲେ । ଅପରାଧ ଦମନ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କିଛି ସ୍ଥାନରେ ନାକାବନ୍ଦି କରାଯାଇଛି । ଅନେକ ଅପରାଧୀଙ୍କୁ ଜେଲକୁ ପଠାଯିବା ସହିତ ଅନେକଙ୍କ ଗତି ବିଧି ଉପରେ ତୀକ୍ଷ୍ନ ନଜର ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.