ଫୋନ ବ୍ୟାଟେରୀକୁ ନେଇ ଏହି ଭୁଲ ତଥ୍ୟ, ଯାହା ଆପଣଙ୍କୁ ଲାଗିଥାଏ ଏକଦମ୍‌ ସତ, ଜାଣନ୍ତୁ

ଦୁନିଆରେ ମୋବାଇଲ ୟୁଜର୍ସଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏହା ସହିତ ଡିଭାଇସର ବ୍ୟବହାର ଓ ମେଣ୍ଟେନାନ୍ସରେ ମଧ୍ୟ ବୃଦ୍ଧି ଘଟିଛି । ଏପରିସ୍ଥଳେ ଫୋନ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ ହେଉଛି “ବ୍ୟାଟେରୀ” । ଯଦିଓ ମୋବାଇଲ ଫୋନକୁ ନେଇ ଅନେକ ମିଥ୍ୟା ତଥ୍ୟ ଶୁଣିବାକୁ ମିଳିଥାଏ ଯାହା ଉପରେ ଲୋକମାନେ ଆଖିବୁଜି ବିଶ୍ୱାସ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ସ୍ମାର୍ଟଫୋନ ବ୍ୟାଟେରୀ ସହ ଜଡିତ କିଛି ତଥ୍ୟ କହିବାକୁ ଯାଉଛୁ ଯାହାର ସତ ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

pj
pc: ifixit

ବ୍ୟାଟେରୀ ସରିବା ପରେ ଚାର୍ଜ କରିବା

ଅଧିକାଂଶ ଲୋକଙ୍କ କହିବା ଅନୁଯାୟୀ ଫୋନରୁ ସମସ୍ତ ଚାର୍ଜ ଶେଷ ହେବାପରେ ଫୋନକୁ ଚାର୍ଜ କରିବା ଆବଶ୍ୟକ କିନ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏପରି କରିବା ଦ୍ୱାରା ଫୋନର ବ୍ୟାଟେରୀକୁ କ୍ଷତି ପହଞ୍ଚିଥାଏ । ଫୋନ ଡିସ୍ଚାର୍ଜ ହେବା ଦ୍ୱାରା ବ୍ୟାଟେରୀରେ ରାସାୟନିକ ପ୍ରତିକ୍ରିୟା ହୋଇଥାଏ ଯାହାଦ୍ୱାରା ବ୍ୟାଟେରୀ ବ୍ୟାକଅପ କମ ହୋଇଯାଇଥାଏ । ଯେଉଁ କାରଣରୁ କିଛି ଟେକ କମ୍ପାନୀ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ ଫୋନରେ ମ୍ୟାନେଜମେଣ୍ଟ ଫିଚର ଦେଇଥାନ୍ତି । ଯାହାକି ଆପ ଗୁଡିକ ଅପ୍ଟିମାଈଜ କରି ବ୍ୟାଟେରୀ ଲେବୁଲକୁ ଜିରୋ ହେବାକୁ ଦେଇନଥାଏ ।

phone
pc: nextpit

ଅଧିକ ଚାରଜିଙ୍ଗ ଦ୍ୱାରା ଫୋନର ବ୍ୟାଟେରୀ ହୋଇନଥାଏ କ୍ଷତି

କୁହାଯାଏ ଯେ ଫୋନକୁ ଓଭର ଚାର୍ଜ କରିବା ଦ୍ୱାରା ଏହା ତାର ବ୍ୟାଟେରୀକୁ ବହୁତ କ୍ଷତି ପହଞ୍ଚାଇଥାଏ । ଓଭର ଚାରଜିଙ୍ଗ ଦ୍ୱାରା ଫୋନର ବ୍ୟାଟେରୀ ବ୍ଲାଷ୍ଟ ହୋଇଯାଇପାରେ କିନ୍ତୁ ପ୍ରକୃତରେ ଏହା ସତ ନୁହେଁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଫୋନର ବ୍ୟାଟେରୀରେ ଏକ ଏପରି ସିଷ୍ଟମ ଦିଆଯାଇଛି ଯାହା ଫୁଲ ଚାର୍ଜ ହେବା ପରେ ଫୋନରୁ ଇଲେକ୍ଟ୍ରିସିଟିକୁ ଡ଼ିସକନେକ୍ଟ କରିଦେଇଥାଏ । ଏହି ସିଷ୍ଟମ ଫୋନର ବ୍ୟାଟେରୀକୁ କୌଣସି ବି କ୍ଷତି ପହଞ୍ଚାଇନଥାଏ ।

samsung
pc:pcmag

ବ୍ୟାଟେରୀକୁ ଅନ୍ୟ ଚାର୍ଜର କ୍ଷତି ପହଞ୍ଚାଇଥାଏ

ସମସ୍ତେ ଜାଣିଥାନ୍ତି ଯେ ଫୋନକୁ କେବଳ ତାର ଅସଲି ଚାର୍ଜରରେ ଚାର୍ଜ କରିବା ଆବଶ୍ୟକ କାରଣ ଏହାଦ୍ୱାରା ତାର ବ୍ୟାଟେରୀ ସୁରକ୍ଷିତ ରହିଥାଏ । ଏହାସହିତ ଲୋକମାନେ ମାନିଥାନ୍ତି ଯେ ଫୋନକୁ ଅନ୍ୟ ଚାର୍ଜରରେ ଚାର୍ଜ କଲେ ତାର ବ୍ୟାଟେରୀ ବ୍ୟାକଅପ କମ ହୋଇଯାଇଥାଏ । ତେବେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଫୋନକୁ ଅନ୍ୟ କେବୁଲ କିମ୍ବା ଚାର୍ଜରରେ ଚାର୍ଜ କଲେ ବ୍ୟାଟେରୀ ଉପରେ ତାର ଖରାପ ପ୍ରଭାବ ପଡିଥାଏ । ଯଦିଓ ଏହାଦ୍ୱାରା ଚାରଜିଙ୍ଗ ସ୍ପିଡ଼ ମଧ୍ୟ କମ ହୋଇଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.