ଆମ ଗାଁ ଆମ ବିକାଶ କାର୍ଯ୍ଯକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ସମୁଦାୟ ୧୦୭୩.୪୯ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ବର(କେନ୍ଯୁଜ୍) : ଅାମ ଗାଁ ଆମ ବିକାଶ କାର୍ଯ୍ଯକ୍ରମରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲାର ୮ଟି ବ୍ଳକ୍ ପାଇଁ ୩୮.୮୬ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ।ଏହି ବ୍ଳକ୍ ଗଡିକ ହେଲା କେନ୍ଦୁଝର ଜିଲ୍ଲାର ଘଟଗାଁ ଓ ସହରପଡା, କେନ୍ଦ୍ରାପଡା ଜିଲ୍ଲାର ପଟାମୁଣ୍ଡାଇ, ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଓ ଖୁଣ୍ଟା, ରାୟଗଡା ଜିଲ୍ଲାର ମୁନିଗୁଡା, ସମକବଲପୁର ଜିଲ୍ଲାର ନାକଟିଦେଉଳି ଓ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଳକ୍ ।

ddଆଜି ମୁଖ୍ଯମନ୍ତ୍ରୀ ଘଟଗାଁ ବ୍ଳକର ୨୬ଟି ପଞ୍ଚାୟତ ପାଇଁ ୬.୦୧ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ, ସହରପଡା ବ୍ଳକର ୨୦ଟି ପଞ୍ଚାୟତ ପାଇଁ ୪.୮୦ କୋଟି ଟଙ୍କାରେ ୧୫୦ଟି ପ୍ରକଳ୍ପ, ପଟାମୁଣ୍ଡାଇ ବ୍ଳକର ୩୧ଟି ପଞ୍ଚାୟତ ପାଇଁ ୮.୧୮କୋଟି ଟଙ୍କାରେ ୩୧୦ଟି ପ୍ରକଳ୍ପ, ବେତନଟୀ ବ୍ଳକର ୨୪ଟି ପଞ୍ଚାୟତ ପାଇଁ ୬ କୋଟି ଟଙ୍କାରେ ୨୬୯ଟି ପ୍ରକଳ୍ପ, ଖୁଣ୍ଟା ବ୍ଳକର ୧୪ଟି ପଞ୍ଚାୟତ ପାଇଁ ୩.୫୦ କୋଟି ଟଙ୍କାରେ ୧୨୫ଟି ପ୍ରକଳ୍ପ, ମୁନିଗୁଡା ବ୍ଳକରେ ୧୭ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୮୭ଟି ପ୍ରକଳ୍ପ, ନାକଟିଦେଉଳ ବ୍ଳକର ୧୪ଟି ପଞ୍ଚାୟତ ପାଇଁ ୩.୧୨ କୋଟି ଟଙ୍କାରେ ୧୫୭ଟି ପ୍ରକଳ୍ପ ଓ ଚିଲିକା ବ୍ଳକର ୧୭ଟି ପଞ୍ଚାୟତ ପାଇଁ ୪.୨୫ କୋଟି ଟଙ୍କାରେ ୧୨୨ଟି ପ୍ରକଳ୍ପ । ଏପରିଭାବେ ସମୁଦାୟ ୮ଟି ବ୍ଳକର ୧୬୩ଟି ପଞ୍ଚାୟତ ପାଇଁ ମୁଖ୍ଯମନ୍ତ୍ରୀ ୩୮.୩୬ କୋଟି ଟଙ୍କାରେ ୧୪୮୦ଟି ପ୍ରକଳ୍ପ ମଂଞ୍ଜୁର କରିଛନ୍ତି ।

1ଆଜିର କାର୍ଯ୍ଯକ୍ରମକୁ ମିଶାଇ ମୁଖ୍ଯମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ଯର ୨୧୮ଟି ବ୍ଳକର ୪୭୩୮ଟି ଗ୍ରାମ ପଞ୍ଚାୟତର ଜନସାଧାରଣଙ୍କ ସହିତ ଆଲୋଚନା ମାଧ୍ଯମରେ ୪୩,୪୧୨ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି । ଏପର୍ଯ୍ଯନ୍ତ ଏହି କାର୍ଯ୍ଯକ୍ରମରେ ବିଭିନ୍ନ ପ୍ରକଳ୍ପ ପାଇଁ ୧୦୭୩.୪୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସୂଚନାଅନୁଯାୟୀ  ଆମ ଗାଁ ଆମ ବିକାଶ କାର୍ଯ୍ଯକ୍ରମରେ ମୁଖ୍ଯମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଖଳ ଆଲୋଚନା ଜରିଆରେ ସେମାନଙ୍କ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ମଞ୍ଜୁର କରୁଛନ୍ତି ।ତେବେ ଆଜିର ଏହି କାର୍ଯ୍ଯକ୍ରମରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକ ଯୋଗ ଦେଇଥିଲେ । ଏହି କାର୍ଯ୍ଯକ୍ରମରେ ମନ୍ତ୍ରୀ ପରିଷଦର ମନ୍ତ୍ରୀ ପରିଷଦର ସଦସ୍ଯ, ସାଂସଦ, ବିଧାୟକ, ମୁଖ୍ଯ ଶାସନ ସଚିବ, ପଞ୍ଚାୟତିରାଜ ବିଭାଗର ପ୍ରମୁ ସଚିବ, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାର, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

You might also like