ଦୁଇ ଗାଡି ମଧ୍ୟରେ ଧକ୍କା, କଲେଜ ଅଧ୍ୟକ୍ଷ ମୃତ

ବରଗଡ଼ : ବରଗଡ଼ ସହର ସ୍ଥିତ ସାଇ ମନ୍ଦିର ଓଭର ବ୍ରିଜରେ  ସିରିଜ୍ ଦୁର୍ଘଟଣା ।  ତେଲ ଟ୍ୟାଙ୍କର ଗାଡି ଏବଂ କାର ମଧ୍ୟରେ ଧକ୍କା । ଖୁଣ୍ଟପାଲି କଲେଜ ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟ ମୃତ ।  ବରଗଡ଼ ସହର ସ୍ଥିତ ସାଇ ମନ୍ଦିର ଓଭର ବ୍ରିଜ ରେ ଘଟିଛି  ଦୁର୍ଘଟଣା । ଦୁର୍ଘଟଣାରେ କାର ଚାଳକ ମନୋଜ ଆଚାର୍ଯ୍ୟ ମୃତ  । ଘଟଣା ସ୍ଥଳକୁ  ବରଗଡ଼ ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।  ବାଇକ କୁ ଧକ୍କା ଦେଲା କାର ଓ କାରକୁ ଧକ୍କା ଦେଲା ଟ୍ରକ ତେବେ କାର ଚାଲକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ବାଇକ ଚାଲକ ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ହସ୍ପିଟାଲ ନେଇଛନ୍ତି ।  ତେବେ ବର୍ତମାନ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।  କାର ଚାଳକ ବରଗଡ଼ ଖୁଣ୍ଟପାଲି କଲେଜର ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟ ହୋଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି  ।  ତେବେ କାର ଆଗପଟ ସମ୍ପୂର୍ଣ ଚୁରମାର ହୋଇଥିବା ବେଳେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

You might also like