ଶୀତଳାଷ୍ଟମୀରେ ମାତା ଶୀତଳାଙ୍କୁ ପୂଜା କରିବା ଦ୍ବାରା ଦୂର ହୋଇଥାଏ ଭକ୍ତଙ୍କ ସବୁ ସମସ୍ଯା, ଏମିତି କରନ୍ତୁ ପୂଜା

ଆମ ହିନ୍ଦୁ କ୍ୟାଲେଣ୍ଡରରେ ୧୨ମାସରେ ରହିଛି ୧୩ ପର୍ବ। ଯାହାକୁ ଆମେ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରିଥାଉ। ସେଥିମଧ୍ୟରୁ ଚୈତ୍ର ନବରାତ୍ରୀ ଅନ୍ୟତମ।ଆମ ହିନ୍ଦୁ କ୍ୟାଲେଣ୍ଡରରେ ନୂଆବର୍ଷ ଆରମ୍ଭ ଚୈତ୍ରମାସ ଠାରୁ ହୋଇଥାଏ। ଏହା ମାର୍ଚ୍ଚ ଓ ଏପ୍ରିଲ ମାସର ମଧ୍ୟଭାଗରେ ପଡିଥାଏ। ଏହାର ପ୍ରଥମ ଦିନକୁ ନୂଆବର୍ଷ ରୂପେ ପାଳନ କରାଯାଏ। ମହାରାଷ୍ଟ୍ରରେ ଏହାକୁ ‘ଗୁଡୀ ପାଡଓ୍ଵା’ ତାମିଲନାଡୁରେ ‘ ପୁଥଣ୍ଡୁ’ ଓ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ‘ଉଗାଡି’ ନାଁ ରେ ପାଳନ କରାଯାଏ।

ଚୈତ୍ରମାସର ଏହି ପୂଜା ମା’ ଦୁର୍ଗାଙ୍କୁ ମନାସି କରାଯାଏ। ହିନ୍ଦୁ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ମେଷ ରାଶିରେ ପ୍ରବେଶ କଲେ ଅର୍ଥାତ ଅପ୍ରେଲ ମାସର ଅଧାରୁ ଚୈତ୍ର ମାସ ଆରମ୍ଭ ହୋଇଯାଏ। ଶାସ୍ତ୍ର ଅନୁଯାୟୀ ସୃଷ୍ଟିକର୍ତ୍ତା ବ୍ରହ୍ମା ଚୈତ୍ରମାସ ଶୁୂକ୍ଳପକ୍ଷର ପ୍ରଥମ ଦିନରେ ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିଲେ। ଏହାପରେ ସେ ଋତୁ, ଗ୍ରହ- ନକ୍ଷତ୍ର ଓ ବର୍ଷ ଆରମ୍ଭ କରିଥିଲେ।

ଚୈତ୍ରମାସରେ ଚୈତ୍ର ନବରାତ୍ରୀ ପାଳନ କରାଯାଏ। ଏହାସହ ଦୁର୍ଗାଷ୍ଟମୀ, ରାମନବମୀ ଓ ଶୀତଳ ସପ୍ତମୀ ଓ ଅଷ୍ଟମୀ ପର୍ବ ମଧ୍ୟ ରହିଛି। ଏହା ବ୍ୟତୀତ ଗଣଗୋର, ମହାବୀର ଜୟନ୍ତି ତଥା ପଣା ସଂକ୍ରାନ୍ତି ଏବଂ ଗଣେଶ ଚତୁର୍ଥୀ ପର୍ବ ଏହି ମାସରେ ଅଛି। ଚଳିତ ବର୍ଷ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ମାନେ ମାର୍ଚ୍ଚ ୨୫ ତାରିଖ ୨୦୨୨ରେ ଶୀତଳା ଅଷ୍ଟମୀ ପର୍ବ ପାଳନ କରାଯିବ। ଯାହାକି ଶୁକ୍ରବାର ପଡ଼ିବ।

ଶୀତଳାଷ୍ଟମୀ ବ୍ରତ। ଏହି ବ୍ରତ ମା’ ଶୀତଳାଙ୍କ ପ୍ରତି ସମର୍ପିତ। ଏହି ଦିନ ମା’ ଶୀତଳାଙ୍କ ପୂଜା ବିଧି ବିଧାନ ସହିତ କରିବା ଦ୍ବାରା ଶୁଭଫଳ ମିଳିଥାଏ। ମାନ୍ଯତା ଅନୁଯାୟୀ ଏହି ଦିନ ମା’ ଶୀଳତାଙ୍କ ପୂଜା କଲେ ମାତା ପ୍ରସନ୍ନ ହୋଇଥାନ୍ତି ଏବଂ ସଂକ୍ରାମକ ରୋଗ ଦୂର କରିଥାନ୍ତି। ଏହାଛଡା ଶରୀର ନିରୋଗ ହୋଇଥାଏ। ମା’ ତ୍ବଚା ସମ୍ବନ୍ଧୀୟ ରୋଗରୁ ଭକ୍ତକୁ ରକ୍ଷା କରିଥାନ୍ତି। ମାତା ଶୀତଳାକୁ ଭଲ ମନରେ ପୂଜା ଅର୍ଚ୍ଚନା କରିବା ଦ୍ବାରା ଭକ୍ତଙ୍କର ଅନେକ ପ୍ରକାର ରୋଗ ସହିତ ସନ୍ତାନ ଜନିତ ସମସ୍ଯାରୁ ମୁକ୍ତି ମିଳିଥାଏ।

laxmi and money
Photo credit: Newskari

ଶୀତଳା ମାତାଙ୍କ ସ୍ବରୂପ: ମାତା ଗଧ ଉପରେ ବସି ଗୋଟେ ହାତରେ କଳସ ଏବଂ ଅନ୍ଯ ହାତରେ କୁଶ ଝାଡୁ ଧରିଥାନ୍ତି। କୁହାଯାଏ, ଏହି କଳସରେ ପାଣି ରହିଥାଏ। ଯେଉଁ ପାଣି ସାହାଯ୍ଯରେ ମାତା ଶୀତଳା ନିଜ ଭକ୍ତଙ୍କ କଷ୍ଟ ଦୂର କରିଥାନ୍ତି।

ଶୀତଳାଷ୍ଟମୀକୁ ‘ବସୋଡା’ ମଧ୍ୟ କୁହାଯାଏ। ଏହି ବ୍ରତ ମାତାଙ୍କୁ ସମର୍ପିତ। ଏହି ବ୍ରତରେ ମହିଳାମାନେ ଗୋଟେ ଦିନ ପୂର୍ବରୁ ପୁରୀ ଏବଂ ବିଭିନ୍ନ ପ୍ରକାର ଖାଦ୍ଯ ତିଆରି କରନ୍ତି। ଅଷ୍ଟମୀଦିନ ପୂଜା ସମୟରେ ମାତା ଶୀଳତାଙ୍କୁ ଥଣ୍ଡା ଭୋଜନ ଭୋଗ ଲଗାହୋଇଥାଏ।

ଶୀତଳାଷ୍ଟମୀ ଦିନ ସ୍ତ୍ରୀ ଲୋକ ସକାଳୁ ଉଠି ଗାଧୋଇବା ପରେ ପୂଜା ପାଠ କରନ୍ତି। ଏହା ପରେ ବେଦୀରେ ମାତା ଶୀଳତାଙ୍କ ଚିତ୍ର ସ୍ଥାପିତ କରନ୍ତି। ଏହି ବ୍ରତର ସଂକଳ୍ପ ନିଅନ୍ତି। ଏହି ସମୟରେ ବ୍ରତ ରଖୁଥିବା ଲୋକ ଫଳ ଆହାର କରିବା ଉଚିତ। ସେମାନେ କୌଣସି ପ୍ରକାର ଭୋଜନ କରିବା ଉଚିତ ନୁହେଁ। ସନ୍ଧ୍ଯା ପର୍ଯ୍ଯନ୍ତ ବ୍ରତ ରଖିବା ପରେ ମା’ଙ୍କ ପୂଜା କରନ୍ତୁ। ପାଖରେ ଯଦି ଶୀତଳା ମାତାଙ୍କ ମନ୍ଦିର ରହିଥାଏ , ତେବେ ଏକ କଳସ ଜଳ ଅର୍ପଣ କରନ୍ତୁ। ମାତଙ୍କ ଶୀତଳା ପୂଜାରେ ସ୍ବଚ୍ଛତା ଏବଂ ପବିତତ୍ରା ବିଶେଷ ମହତ୍ତ୍ବ ରଖିଥାନ୍ତି। ତେଣୁ ସ୍ବଚ୍ଛତା ପ୍ରତି ଧ୍ୟାନ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.