ମନୋରଂଜନ

ପୁଅ ପାଇଁ ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲିଲେ ଭାରତୀ ଏବଂ ହର୍ଷ , ମାତ୍ର ୬ ଦିନରେ ହୋଇଗଲେ ୧୫ ହଜାର ଫଲୋୟର୍ସ

କମେଡି କୁଇନ ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ଯୋଡି ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି। ଭାରତୀ ଏବଂ ହର୍ଷ କେବଳ ଅନସ୍କ୍ରିନ ନୁହେଁ ବରଂ ଅଫସ୍କ୍ରିନରେ ମଧ୍ୟ ମଜାକ ମୁଡ୍‌ରେ ରହିଥାନ୍ତି। ନିକଟରେ ହିଁ ଭାରତୀ ପୁଅ ଲକ୍ଷ୍ୟର ଚେହେରା ଫ୍ୟାନ୍ସଙ୍କୁ ଦେଖାଇଥିଲେ। ଯାହାପରେ ପୁଅର ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ମଧ୍ୟ ଖୋଲିଥିଲେ। ଆଉ ଇନଷ୍ଟାରେ ଭାରତୀଙ୍କ ପୁଅ ଗୋଲାଙ୍କ ଫଲୋୟର୍ସ ସଂଖ୍ୟା ବଢି ବଢି ଚାଲିଛି।

ଭାରତୀଙ୍କ ପୁଅ ଲକ୍ଷ୍ୟ ନାମରେ ଲକ୍ଷ୍ୟ ସିଂ ଲିମ୍ବାଚିୟା @laksh_singhlimbachiya ଏକ ଆକାଉଣ୍ଟ ରହିଛି। ଏହି ଆକାଉଣ୍ଟରେ ପ୍ରଥମ ପୋଷ୍ଟ ୬ ଦିନ ପୂର୍ବରୁ ଅର୍ଥାତ୍‌ ୨୬ ଜୁଲାଇରେ ହୋଇଥିଲା। ଯେଉଁଥିରେ ହର୍ଷ ଏବଂ ଭାରତୀ ପୁଅକୁ କୋଳରେ ଧରିଥିବା ନଜର ଆସିଥିଲେ। ଏପର୍ଯ୍ୟନ୍ତ ସେହି ଆକାଉଣ୍ଟରେ ୫ଟି ପୋଷ୍ଟ କରାଯାଇଛି। ଆଉ ଏହି ଆକାଉଣ୍ଟରେ ଏପର୍ଯ୍ୟନ୍ତ ୧୪.୪ ହଜାର ୟୁଜର୍ସ ଫଲୋ କରୁଛନ୍ତି। ଆଉ ଏହି ଆକାଉଣ୍ଟରୁ ମାତ୍ର ୪ ଜଣକୁ ଫଲୋ ବ୍ୟାକ୍‌ କରାଯାଉଛି।

ଲକ୍ଷ୍ୟଙ୍କ ଆକାଉଣ୍ଟରେ ଯେଉଁ ଡିପି ଲାଗିଛି, ସେଥିରେ ଗୋଲା ହ୍ୟାରୀ ପୋଟର ଅନ୍ଦାଜରେ ନଜର ଆସିଛନ୍ତି। ଏହାକୁ ଦେଖି ଫ୍ୟାନ୍ସ କ୍ୟୁଟ୍‌ ବୋଲି ପ୍ରଶଂସା କରୁଛନ୍ତି। ଆଉ ଆକାଉଣ୍ଟର ବାୟୋରେ ଲେଖାଯାଇଛି, ଲକ୍ଷ୍ୟସିଂ ଲିମ୍ବାଚିୟା, ହର୍ଷ ଏବଂ ଭାରତୀଙ୍କ ପୁଅ। ମୋ ଆକାଉଣ୍ଟ ମୋ ଜେଜେ ମା ଚଳାଉଛନ୍ତି’। ଏହାଛଡା ବାୟୋରେ କିଛି ସ୍ମାଇଲି ମଧ୍ୟ ବ୍ୟବହାର ହୋଇଛି। ଗତ କିଛିଦିନ ତଳେ ଲକ୍ଷ୍ୟ ଏବଂ ଭାରତୀଙ୍କର ଏକ ଭିଡିଓ ସେୟାର କରାଯାଇଥିଲା, ଯାହା ସୋସିଆଲ ମିଡିଆ ୟୁଜର୍ସଙ୍କୁ ଖୁବ୍‌ ପସନ୍ଦ ଆସିଛି।

ସୂଚନାଯୋଗ୍ୟ, ହର୍ଷ ଏବଂ ଭାରତୀ ୨୦୧୭ ଡିସେମ୍ବର ୩ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହା ପରେ ୩ ଏପ୍ରିଲ ୨୦୨୨ରେ ପୁଅକୁ ଜନ୍ମ ଦେଇଥିଲେ ଭାରତୀ। ହର୍ଷ ଏବଂ ଭାରତୀ ପୁଅ ଲକ୍ଷ୍ୟକୁ ଗୋଲା ବୋଲି ଡାକୁଛନ୍ତି।

Swagatika

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

12 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

23 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

36 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

39 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

59 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago