ଏଥର ଧର୍ମକୁ ନେଇ ବୟାନବାଜି, ଚର୍ଚ୍ଚାରେ ଭେଟେରାନ ଆକ୍ଟର ନାସିରୁଦ୍ଦିନ ଶାହ

ଭେଟେରାନ ଆକ୍ଟର ନାସିରଉଦ୍ଦିନ ଶାହ । ଅନେକ ସମୟରେ ସେ ନିଜ ବୟାନ ବାଜି ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଏହି ଜଣାଶୁଣା ଅଭିନେତା ଜଣକ ଅନେକ ସମୟରେ ନିଜର ବିବୃତ୍ତି ପାଇଁ ଲୋକଲୋଚନକୁ ଆସିଥାନ୍ତି । ହେଲେ ଏବେ ସେ ପୁଣି କାହିଁକି ଚର୍ଚ୍ଚାରେ ଜାଣିବା । ୧୭ରୁ ୧୯ଡିସେମ୍ବର ମଧ୍ୟରେ ହରିଦ୍ୱାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପଚରାଯିବାରୁ ସେ କହିଥିଲେ ଯେ ଆମେ ୨୦କୋଟି ଲୋକ ସବୁକିଛି ସହଜରେ ଗ୍ରହଣ କରିବୁ ନାହିଁ । ଏହା ହେଉଛି ଆମର ମାତୃତ୍ୱ । ଆମେ ଏଠିକାର ଓ ଆମ ପିଢି ଏଠିକାର । ଆମେ ଛୋଟରୁ ବଡ ଏଇଠି ହେଇଛୁ । ଆମେ ୨୦କୋଟି ଲୋକ ଆମ ଅଧିକାର ପାଇଁ ଲଢିବୁ ।

କେବଳ ଏତିକି ନୁହେଁ ଭାରତରେ ମୋଗଲ ମାନଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାର ବ୍ୟତୀତ ସେମାନଙ୍କ ଇତିହାସକୁ ଗୌରବମୟ ବୋଲି କହିଛନ୍ତି ନାସିର । ଅନେକ ଐତିହାସିକ ସ୍ମାରକୀ, କୋଠା ମୋଗଲ ସମୟର ଗୌରବ ବିଷୟରେ କହିଥାଏ । ମୋଗଲମାନଙ୍କ ଅବଦାନ ମହତ୍ତ୍ୱପୂର୍ଣ୍ଣ । ବର୍ତ୍ତମାନ ତାଙ୍କର ଏହି ବିବୃତ୍ତି ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ନାସିରୁଦ୍ଦିନଙ୍କ ବିବୃତ୍ତି ଅନେକଥର ହେଡଲାଇନ ବନିଛି । ପ୍ରେମ ଜିହାଦ ହେଉ ଅବା ସିଏଏ ଏନଆରସି ପ୍ରସଙ୍ଗ ଅଭିନେତା ତାଙ୍କ ବୟାନ ପାଇଁ ସାମନାକୁ ଆସିଛନ୍ତି ।

ଲଭ ଜିହାଦ ଆକ୍ଟ ଉପରେ ମନ୍ତବ୍ୟ ଦେଇ ନାସିରୁଦ୍ଦିନ ଶାହା କହିଛନ୍ତି ଯେ ଲଭ ଜିହାଦ ନାମରେ ଚାଲିଥିବା ଏହି ଅଭିଯାନ ଏକ ପ୍ରହସନ । ଯାହାଦ୍ୱାରା ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ବନ୍ଦ ହୋଇପାରିବ । ଯେଉଁମାନେ ଏହା ଆରମ୍ଭ କରିଛନ୍ତି ସେମାନେ ଜିହାଦର ଅର୍ଥ ଜାଣନ୍ତି ନାହିଁ । ମୁଁ ଭାବୁନାହିଁ ଯେ ଦିନେ ଏ ଦେଶରେ ମୁସଲମାନ ଜନସଂଖ୍ୟା ହିନ୍ଦୁମାନଙ୍କୁ ଅତିକ୍ରମ କରିବ ।

ସେ କହିଥିଲେ ଯେ ମୁଁ ଆଜିର ଭାରତକୁ ଭୟ କରୁଛି । ଆଗାମୀ ପିଲାଙ୍କ ବିଷୟରେ ଚିନ୍ତିତ । ଏଭଳି ପରିସ୍ଥିତିକୁ ଦେଖି ମୁଁ କଳ୍ପନା କରୁଛି ଯେଉଁଠାରେ ମୋ ପିଲାଙ୍କୁ କ୍ରୋଧରେ ପଚରାଯାଉଛି ତୁମେ ହିନ୍ଦୁ ନା ମୁସଲମାନ । କିନ୍ତୁ ଉତ୍ତର କିଛି ନଥାଏ । ଏଇଥିପାଇଁ ଯେ ଆମେ ପିଲାଙ୍କୁ ଧର୍ମର ଶିକ୍ଷା ଦେଇନାହୁଁ । ଧର୍ମ ନାଁରେ ଭାରତୀୟ ସମାଜରେ ବିଷ ବ୍ୟାପିବାରେ ଲାଗିଛି ।

ମୋ ପାଖରେ ଜନ୍ମ ପ୍ରମାଣପତ୍ର ନାହିଁ । ମୁଁ ଏହି ବୟସରେ ଜନ୍ମ ପ୍ରମାଣପତ୍ର କୋଉଠୁ ପାଇବି । କଣ ଏହାର ଅର୍ଥ ଏଇଆ, କି ଆମେ ସବୁ ବହିଷ୍କୃତ ହେବା । ଯଦି ଏଠାରେ ୭୦ବର୍ଷ ଯାଏଁ ରହିବା ଭାରତୀୟ ନାଗରିକତ୍ୱ ପ୍ରମାଣ କରୁନାହିଁ । ତେବେ ମତେ ଜଣାନାହିଁ କି ମତେ କଣ ପ୍ରମାଣ ଯୋଗାଡ କରିବାକୁ ହେବ । ମୁଁ ଭୟ କରୁନି କି ଚିନ୍ତା କରୁନି, ହେଲେ କ୍ରୋଧିତ ଯେ ଆମ ଉପରେ ଏପରି ନିୟମ ଲାଗୁ କରାଯାଉଛି ।

ଏପଟେ ଏକ ସାକ୍ଷାତକାରରେ ନାସିରଉଦ୍ଦ୍‌ିନ ଶାହ କହିଛନ୍ତି କି ନିର୍ମାତା ତଥା ଅଭିନେତାମାନେ ସରକାରୀ ସମର୍ଥକ ଚଳଚିତ୍ର ନିର୍ମାଣ ପାଇଁ ସରକାରଙ୍କୁ ଉତ୍ସାହିତ କରୁଛନ୍ତି । ଆମ ପ୍ରିୟ ନେତାଙ୍କ ଉଦ୍ୟମକୁ ପ୍ରଶଂସା କରୁଥିବା ଚଳଚିତ୍ର ନିର୍ମାଣ କରିବାକୁ କୁହାଯାଉଛି । ଏଥିପାଇଁ ସରକାର ମଧ୍ୟ ବଜେଟ ପ୍ରଦାନ କରୁଛନ୍ତି । ଏହା ମଧ୍ୟ ପ୍ରତିଶୃତି ଦିଆଯାଉଛି ଯେ ଯଦି ସେମାନେ ଏଭଳି ଚଳଚିତ୍ର ନିର୍ମାଣ କରନ୍ତି ତେବେ ସେମାନଙ୍କୁ ଏକ କ୍ଲିନଚିଟ ଦିଆଯିବ । ଯେଉଁପ୍ରକାର ବଡ ବଜେଟ ଫିଲ୍ମ ଆସୁଛି ବଡ ଲୋକମାନେ ମୌଳିକତାର ଏଜେଣ୍ଡା ଲୁଚାଇପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.