ଉଜ୍ଜ୍ୱଳା ଯୋଜନାରେ ମହାଦୁର୍ନୀତି ଅଭିଯୋଗ, ଗ୍ୟାସ ସିଲିଣ୍ଡର ଧରି ଅଭିନବ ଉପାୟରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ
ଭୁବନେଶ୍ବର(କେନ୍ଯୁଜ୍) : ଉଜ୍ଜ୍ୱଳା ଯୋଜନାରେ ମହାଦୁର୍ନୀତି ଅଭିଯୋଗ । ଆଇଓସିଏଲ୍ ଭୁବନେଶ୍ୱର କାର୍ଯ୍ଯାଳୟ ଆଗରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ । ଗ୍ୟାସ ସିଲିଣ୍ଡର ଧରି ଅଭିନବ ଉପାୟରେ ଦଳ ପକ୍ଷରୁ ବିକ୍ଷୋଭ କରାଯାଉଛି । କେନ୍ଦ୍ର ସରକାରଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ବିଜେଡି ମହିଳା ଜନତା ଦଳର ନେତ୍ରୀ ଓ କର୍ମୀ । ଦଳ ଅଭିଯୋଗ କରିଛି, ଉଜ୍ଜ୍ୱଳା ଯୋଜନାରେ ମହାଦୁର୍ନୀତି ଓଡ଼ିଶାର ମହିଳାମାନଙ୍କ ପ୍ରତି ଏହା ବିଶ୍ୱାସଘାତକ । ଜୁଲାଇ ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩୦ ଲକ୍ଷ ୪୮ ହଜାର ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯାଇଛି । ୨୦୧୬-୧୭ରେ ୮ଲକ୍ଷ ୧୮ ହଜାର ୭୮୬ ଜଣ ହିତାଧିକାରୀ ଦ୍ୱିତୀୟ ରିଫିଲ୍ ନେଇଥିବା ବେଳେ ୨୦୧୭ –୧୮ରେ ବର୍ତ୍ତମାନ ସୁଦ୍ଧା ୬ଲକ୍ଷ ୪୫ ହଜାର ୨୬୫ ଜଣ ଦ୍ୱିତୀୟ ରିଫିଲ ନେଇଛନ୍ତି । ଏଥିରୁ ଉଜ୍ଜ୍ୱଳା ଯୋଜନାର ମହାଦୁର୍ନୀତି ସ୍ପଷ୍ଟ ହୋଇଛି ବୋଲି ଅଭିଯୋଗ କରିଛି ବିଜୁ ମହିଳା ଜନତା ଦଳ ।
ସେପଟେ ଅଭିଯୋଗର ଜବାବ ରଖିଛି ବିଜେପି । ଦଳ କହିଛି, ଧର୍ମେନ୍ଦ୍ରଙ୍କୁ ବିରୋଧ କରିବା ବାହାନାରେ ବିଜେଡ଼ି ବିରୋଧ କରୁଛି । ଉଜ୍ୱଳା ଯୋଜନାର ସୁଫଳ କଥା ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ଯନାରାୟଣ ପାତ୍ର ସ୍ୱୀକାର କରିଥିବା ବିଜେପି କହିଛି ।