ରେଳ ଲାଇନରୁ ୨ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

କଣ୍ଟାବାଞ୍ଜି: ୨ ମହିଳାଙ୍କ ମୃତଦେହ ଉଦ୍ଧାର ।  ରେଳ ଲାଇନରେ ପଡ଼ିଛି ଦୁଇ ମହିଳାଙ୍କ ମୃତଦେହ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପାଖ କୁକୁଡ଼ାହାଡ଼ ରେଳ ଲାଇନରେ ପଡ଼ିଛି ମୃତଦେହ । ଅଧ କିଲୋମିଟର ବ୍ୟବଧାନରେ ୨ଟି ମୃତଶରୀର ପଡିଥିବା ଜଣାପଡିଛି ।  ଜଣେ ମହିଳାଙ୍କ ମୃତଦେହ ଟ୍ରାକ ବାହାରେ ପଡିଥିବା ବେଳେ ଅନ୍ୟ ଗୋଟିଏ ଟ୍ରାକ୍ ଭିତରେ ପଡିଛି । ତେବେ ୨ ମୃତ ମହିଳାଙ୍କ ପରିଚୟ ଅସ୍ପଷ୍ଟ ରହିଛି  । ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ କରୁଛି ।