ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ, ୧୫ ତାରିଖରୁ ନିଖୋଜ ଥିଲେ ନାବାଳକ

ପୁରୀ :  ମିଳିଲା ନିଖୋଜ ନାବାଳକର ମୃତଦେହ ।  ୫ ଦିନ ଖୋଜାଖୋଜି ପରେ ପାଇଖାନା ଟାଙ୍କିରୁ ମିଳିଲା ମୃତଦେହ ।  ଗତ ୧୫ ତାରିଖରୁ ନିଖୋଜ ଥିଲେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ରତନପୁର ଗାଁର ନାବାଳକ ଆଶୀର୍ବାଦ ।  ପଡ଼ୋଶୀଙ୍କ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର ହୋଇଛି।  ଘଟଣାରେ ପଡୋଶୀଙ୍କୁ ଗିରଫ କରାଯାଇଛି ।

ମୃତଦେହ ଜବତ କରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ଡେଲାଙ୍ଗ ପୋଲିସ ।  ଆଶୀର୍ବାଦଙ୍କୁ ଖୋଜିବା ପାଇଁ ୩ଟି ଟିମ ଗଠନ କରିଥିଲା ପୋଲିସ ।  ସାଇବର ଟିମ ମଧ୍ୟ ତଦନ୍ତ କରୁଥିଲା ।  ସନ୍ଧନୀ କୁକୁର ସାହାଯ୍ୟରେ ଖୋଜା ଖୋଜି କରିବା ପରେ ୧୮ ତାରିଖରେ ଗ୍ରାମର ପ୍ରଭାକର ସାହୁଙ୍କୁ ଧରି ଥିଲା  ।

ପୋଲିସ ତାକୁ ପଚାର ଉଚରା କରିବା ପରେ ଛାଡ଼ି ଦେଇଥିଲା ।  ତେବେ ଗତକାଲି ରାତିରେ ପୁନର୍ବାର ପ୍ରଭାକରକୁ ପଚରା ଉଚରା କରିବା ପରେ ସେ ଦୋଷ ମାନିଥିଲେ।   ବିଳମ୍ବିତ ରାତିରେ ପୋଲିସ ଘର ଆଗରେ ଥିବା ପାଇଖାନା ଟାଙ୍କିରୁ ଆଶୀର୍ବାଦର ମୃତଦେହକୁ ଉଦ୍ଧାର କରିଥିଲା ।  ନିଖୋଜ ନାବାଳକଙ୍କ ପତ୍ତା ନମଳିବାରୁ ଗତକାଲି ରାସ୍ତାରୋକ କରିଥିଲେ ପରିବାର ଓ ଗ୍ରାମବାସୀ ।

Also read: ଆଜି ମହାପ୍ରଭୁଙ୍କର ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ