ବୋଲବମ୍‌ ଭକ୍ତଙ୍କୁ ନେଇ ଯାଉଥିବା ଗାଡି ଦୁର୍ଘଟଣଗ୍ରସ୍ତ : ୧୧ ଜଣ କାଉଡିଆ ଆହତ

ଗଂଜାମ : ବୋଲବମ୍‌ ଭକ୍ତଙ୍କୁ ନେଇ ଯାଉଥିବା ଗାଡି ଦୁର୍ଘଟଣଗ୍ରସ୍ତ । ଗଂଜାମ ଜିଲ୍ଲା ଆସିକା ନିକଟସ୍ଥ ଢଉଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୧୧ ଜଣ କାଉଡିଆ ଆହତ ହୋଇଛନ୍ତି । ସମସ୍ତଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା କାଉଡିଆ ଭକ୍ତ ଅଛନ୍ତି । ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କାଉଡିଆମାନେ ଏକ ୪୦୭ ଗାଡ଼ିରେ ଧରାକୋଟରୁ ଆସିକା ଯାଉଥିଲେ । ଆସନ୍ତାକାଲି ଶ୍ରାବଣ ପ୍ରଥମ ସୋମବାର ଦିନ ସେମାନେ ମହାଦେବଙ୍କୁ ଜଳଲାଗି କରିଥାନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like