ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନରେ ନିୟୋଜିତ ଅଧିକାରୀଙ୍କ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା। ନିର୍ବାଚନ ଡ୍ୟୁଟି ବେଳେ ନିୟୋଜିତ ଅଧିକାରୀଙ୍କ ମୃତ୍ୟୁଜନିତ ଅନୁକଂପା ରାଶିକୁ ବୃଦ୍ଧି କରାଯାଇଛି। ନିର୍ବାଚନ ଦାୟିତ୍ୱରେ ଥିବା ବେଳେ ଦୁର୍ଘଟଣା, ହିଂସାକାଣ୍ଡ ଓ ବୋମା ବିସ୍ଫୋରଣରେ ମୃତ୍ୟୁ ହେଲେ ମିଳିବ ୩୦ ଲକ୍ଷ ଟଙ୍କା ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯିବ । ଡ୍ୟୁଟି ସମୟରେ ଅନ୍ୟ କାରଣରୁ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା । ଶରୀରର କୌଣସି ଅଙ୍ଗ ଅକର୍ମଣ୍ୟ ହେଲେ ୧୫ ଲକ୍ଷ ଟଙ୍କା ମିଳିବ । ହିଂସାରେ ଆଖି ନଷ୍ଟ ହେଲେ ମିଳିବ ୭.୫ଲକ୍ଷ ଟଙ୍କା । ଗୁରୁତର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିବ । କରୋନା ସଂକ୍ରମିତ ହୋଇ ମୃତ୍ୟୁ ହେଲେ ୩୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ । ସେହିପରି ଡ୍ୟୁଟି ସମୟରେ କୋଭିଡ୍‌ ଆକ୍ରାନ୍ତ ହେଲେ ସଂପୂର୍ଣ୍ଣ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।

Leave A Reply

Your email address will not be published.