ଅକ୍ଟୋବର ୨୩ରେ ଖେଳାଯିବ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୨

କେନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର ୨୩ରେ ଖେଳାଯିବ ବହୁ ପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ ୨୦୨୨ ମ୍ୟାଚ୍ । ଏହି ମ୍ୟାଚ୍ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଅନୁଷ୍ଠିତ ହେବ । ଏହି ମ୍ୟାଚ ଉପରେ କୋଟି କୋଟି କ୍ରିକେଟ୍ ପ୍ରଶଂସକଙ୍କ ନଜର ରହିବ । କେହି କେହି ଏହି ମ୍ୟାଚ୍ ଷ୍ଟାଡିୟମରେ ଦେଖିବେ, କେହି କେହି ଟିଭିରେ, ରେଡିଓରେ ଏବଂ କିଛି ଅନଲାଇନରେ ଦେଖିବେ ।

ରୋହିତ ଶର୍ମା ଟିମ୍ ଇଣ୍ଡିଆ ପାଇଁ ଅଧିନାୟକତ୍ୱ ଦାୟିତ୍ୱ ପରିଚାଳନା କରିବେ । ବିଶେଷ କଥା ହେଉଛି ରୋହିତଙ୍କୁ ପ୍ରଥମ ଥର ପାଇଁ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେ ଗତ କିଛି ମ୍ୟାଚରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିବାରେ ସକ୍ଷମ ହୋଇ ନାହାଁନ୍ତି କିନ୍ତୁ ପାକିସ୍ତାନ ବିପକ୍ଷ ବଡ଼ ମ୍ୟାଚରେ ପ୍ରଶଂସକଙ୍କ ଅପେକ୍ଷା ଶେଷ ହେବ ବୋଲି ଆଶା ରହିଛି ।

 

Leave A Reply

Your email address will not be published.