ରାଜଧାନୀ ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣଙ୍କୁ ଅଟକ ରଖିଛି ପୋଲିସ

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରୁ ୫୭୫ ଗ୍ରାମ ଓଜନର ବ୍ରାଉନସୁଗର ଜବତ । ଯାହାର ମୂଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣାରେ ଜଣଙ୍କୁ ଅଟକ ରଖାଯାଉଛି । କ୍ୱିକ ଆକ୍ସନ ଟିମ ଓ ବଡଗଡ଼ ଥାନା ପୋଲିସ ର ମିଳିତ ଚଢାଓ ରେ

ବଡଗଡ଼ ଥାନା ଅଞ୍ଚଳରୁ ଜବତ କରାଯାଇଛି । ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ବୋଲି ଜଣାଯାଇଛି । ଏହି ବ୍ରାଉନ ସୁଗାରକୁ ବାଲେଶ୍ଵରରୁ ଆଣୁଥିବା ବେଳେ ଚେକିଂ ବେଳେ ପୋଲିସ ହାତରେ ଧରାପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.