ଟ୍ରକକୁ ପିଟିଲା ବସ୍, ୬ ଆହତ

କଟକ : ଟ୍ରକକୁ ପିଟିଲା ବସ୍, ୬ ଆହତ । ଜାତୀୟ ରାଜପଥ ତେଲେଙ୍ଗାପେଣ୍ଠରେ ଟ୍ରକ୍ କୁ ଧକ୍କା ଦେଲା ବସ୍ । ଗୋପୀନାଥ ନାମକ ଘରୋଇ ବସଟି ଫୁଲବାଣୀରୁ କଟକ ଆସୁଥିବାବେଳେ ଭୋର ପ୍ରାୟ ୫ଟା ୫୦ବେଳେ ଟ୍ରକ ପଛ ପଟେ ଧକ୍କା ହୋଇଯାଇଥିଲା । ଦୁର୍ଘଟଣାରେ ବସ ହେଲପର ସମେତ ୬ ଜଣ ଆହତ ହୋଇଛନ୍ତି । ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା । ଆହତମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।