ଚାଣକ୍ୟ ନୀତି : ଏହି କାର୍ଯ୍ୟ କରିବା ଦ୍ୱାରା ଜମା ପୁଞ୍ଜି ହୋଇଥାଏ ନଷ୍ଟ, ବଢ଼ିଥାଏ ସାମାଜିକ କଳହ ଓ ମାନସିକ କଷ୍ଟ

ଚାଣକ୍ୟ ନୀତି କୁହେ ଭଲ-ମନ୍ଦର ଭେଦ ଯଦି ଜାଣୁପାରୁନାହଁ, ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚାଇ ପାରିବେ ନାହିଁ । ମିତ୍ର ବେଶରେ ବି ଶତ୍ରୁ ଆସି ପାରନ୍ତି । ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ବନାଇବା ପାଇଁ ପ୍ରେରିତ କରିଥାଏ । ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାଏ । ତେଣୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଚାଣକ୍ୟଙ୍କ କଥାର ପ୍ରାସଙ୍ଗିକତା ଏବେବି ରହିଛି ।

ଚାଣକ୍ୟ ନୀତି କହେ ଯେ ଧନର ରକ୍ଷା ପାଇଁ ବ୍ୟକ୍ତିକୁ ସର୍ବଦା ଗମ୍ଭୀର ଓ ସତର୍କ ରହିବା ଦରକାର । ଯେଉଁମାନେ ଏପରି କରନ୍ତି ନାହିଁ ସେମାନେ ଆର୍ଥିକ ସଂକଟର ସାମ୍ନା କରିଥାନ୍ତି ।
କଳିଯୁଗରେ ଧନ ଏକ ପ୍ରମୁଖ ସାଧନ । ଧନ ବ୍ୟକ୍ତିର ଜୀବନକୁ ସରଳ ଓ ସୁଗମ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଯଦି ବ୍ୟକ୍ତି ଧନକୁ ନେଇ ହାଲକା ଭାବ ପୋଷଣ କରିଥାଏ ଓ ଅପବ୍ୟୟ କରିଥାଏ । ତେବେ ଧନର ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହି ବ୍ୟକ୍ତିର ସାଙ୍ଗ ଛାଡ଼ି କରି ଚାଲିଯାଇଥାଏ ।

ଚାଣକ୍ୟ କୁହନ୍ତି ବ୍ୟକ୍ତିକୁ ଧନର ସଂଚୟ କରିବା ଦରକାର । ଧନ ବ୍ୟକ୍ତିର ଖରାପ ସମୟରେ କାମ ଦେଇଥାଏ । ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ବିପଦ ସମୟରେ ଟଙ୍କା ସଚ୍ଚା ମିତ୍ରର ଭୂମିକା ନିଭାଇ ଥାଏ । ଧନ ବ୍ୟକ୍ତିର ପାଖରେ ଥିଲେ ଆତ୍ମ ବିଶ୍ୱାସ ବୃଦ୍ଧି ପାଇଥାଏ । ଧନ ପାଖରେ ନଥିଲେ ଦୁଶ୍ଚିନ୍ତା ଓ କଳହର କାରଣ ହୋଇଥାଏ । ଚାଣକ୍ୟଙ୍କ ଏହି ନୀତି ଆଜିର ଦିନରେ ମଧ୍ୟ ପ୍ରାସଙ୍ଗିକତା ରହିଛି ।

ଚାଣକ୍ୟଙ୍କ ନୀତି ବ୍ୟକ୍ତିକୁ ଜୀବନରେ ସଫଳତା ପ୍ରାପ୍ତ କରିବା ପାଇଁ ପ୍ରେରିତ କରିଥାଏ । ଚାଣକ୍ୟ କୁହନ୍ତି, ଯଦି ଧନକୁ ସଂଚୟ କରି ରଖିବାକ ଚାହାଁନ୍ତି ତେବେ ଏହି କାର୍ଯ୍ୟକୁ କେବେ କରନ୍ତୁ ନାହିଁ । ଆବଶ୍ୟକ ପଡ଼ିଲେ ହିଁ ଧନ ଖର୍ଚ୍ଚ କରନ୍ତୁ । ଜମା ପୁଞ୍ଜି ନଷ୍ଟ କରନ୍ତୁ ନାହିଁ ।

ଖରାପ ଆଦତରୁ ନିଜକୁ ବଦଳାନ୍ତୁ

ଚାଣକ୍ୟ ନୀତି କୁହେ, ବ୍ୟକ୍ତିକୁ ଧନବାନ ହେବାକୁ ହେଲେ ଖରାପ ଆଦତରୁ ଦୂରରେ ରହିବା ଆବଶ୍ୟକ । ଖରାପ ଆଦତ ରଖିବା ଦ୍ୱାରା ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଓ ଛାଡ଼ି ଚାଲିଯାଇଥାନ୍ତି । ଖରାପ ଆଦତ ରଖିଥିବା ବ୍ୟକ୍ତିର ମାନ ସମ୍ମାନ ମଧ୍ୟ ହାନି ହୋଇଥାଏ ।

ଧନର ରକ୍ଷା କରନ୍ତୁ

ଚାଣକ୍ୟ ନୀତି କୁହେ ଧନ ପରିଶ୍ରମ ଦ୍ୱାରା ପ୍ରାପ୍ତ କରିବା ଦରକାର । ଏହି ଧନର ରକ୍ଷା ଗମ୍ଭୀରତା ସହ କରିବା ଦରକାର । ଧନର ରକ୍ଷା କରାନଗଲେ ଧନ ଚାଲିଯାଇଥାଏ । ଯେଉଁଥିପାଇଁ କଷ୍ଟ ସହିବାକୁ ପଡ଼ିଥାଏ ।

ଆୟ ଠାରୁ ଅଧିକ ଧନ ବ୍ୟୟ କରନ୍ତୁ ନାହିଁ 

ଚାଣକ୍ୟ ନୀତି କୁହେ କେବେ ବି ଆୟ ଠାରୁ ଅଧିକ ଧନ ବ୍ୟୟ କରନ୍ତୁ ନାହିଁ । ଯେଉଁମାନେ ଏପରି କରନ୍ତି ସେମାନେ ସର୍ବଦା କଷ୍ଟରେ ର ୁହନ୍ତି । ଆବଶ୍ୟକ ପଡ଼ିଲେ ହିଁ ଧନ ଖର୍ଚ୍ଚ କରନ୍ତୁ । ଜମା ପୁଞ୍ଜି ନଷ୍ଟ କରନ୍ତୁ ନାହିଁ । ଯଦି ବ୍ୟକ୍ତି ଧନକୁ ନେଇ ହାଲକା ଭାବ ପୋଷଣ କରିଥାଏ ଓ ଅପବ୍ୟୟ କରିଥାଏ । ତେବେ ଧନର ଦେବୀ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଏହି ବ୍ୟକ୍ତିର ସାଙ୍ଗ ଛାଡ଼ି କରି ଚାଲିଯାଇଥାଏ ।

Leave A Reply

Your email address will not be published.