ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ସ୍ମାର୍ଟ ସିଟି ଅପରେସନ୍ ସେଣ୍ଟର ଉଦଘାଟନ

naveenଭୁବନେଶ୍ୱର: ସ୍ମାର୍ଟ ସିଟି ଅପରେସନ୍ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଅନ୍ୟ ଦୁଇଟି ପ୍ରକଳ୍ପର ଉଦଘାଟନ କରିବା ସହ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଏମସି ଭବାନୀ ମଲର ପଞ୍ଚମ ମହଲାରେ ଭୁବନେଶ୍ୱର ଅପରେସନ୍ ସେଣ୍ଟର ରହିଛି। ଅପରେସନ୍ ସେଣ୍ଟର ସମେତ କମାଣ୍ଡ କେଣ୍ଟ୍ରାଲ ରୁମ୍ ଓ ନୂଆ ସ୍ମାର୍ଟ ସିଟି ଅଫିସ୍ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ଅପରେସନ୍ ସେଣ୍ଟର ଜରିଆରେ ଟ୍ରାଫିକ୍ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା, ବସ୍ସେବା ଓ ମହାନଗର ନିଗମର ଗାଡ଼ି ଗୁଡ଼ିକର ଟ୍ରାକିଂ ସମେତ ଅଭିଯୋଗ ସମାଧାନ ହୋଇପାରିବ। ଏହି କେନ୍ଦ୍ରରେ ୮୦ ଫୁଟ ଚଉଡାର ଏକ ଭିଡିଓ ସ୍କ୍ରିନିଂ ରହିଛି। ଏହା ଦ୍ୱାରା ବହୁ ସଂଖ୍ୟକ ସିସିଟିଭି ଭିଡଓ ଏବଂ ଅତ୍ୟଧୁନିକ ସେନ୍ସର ତଥ୍ୟ ଉପରେ ନଜର ରଖାଯାଇପାରିବ। ଏଥି ସହିତ ସହିଦ ନଗରରେ ତିଆରି ହୋଇଥିବା ସ୍ମାର୍ଟ ପାର୍କ ଏବଂ ଏଜି ଛକରେ ସୌର ଚାଳିତ ଆଡାପ୍ଟିଭ୍ ଟ୍ରାଫିକ୍ ସିଗ୍ନାଲ ନିୟନ୍ତ୍ରଣ ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

inaugurationଏହା ବ୍ଯତିତ ସହିଦ ନଗରରେ ଦିବ୍ୟାଙ୍ଗ ଶିଶୁ ମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସ୍ୱତନ୍ତ୍ର ସେନସୋରୀ ପାର୍କ ଓ ବାପୁଜୀ ନଗରରେ ହେବାକୁ ଥିବା ସମନ୍ଵିତ ଜନସେବା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୩୬୮ ସ୍କୋୟାର ମିଟରର ଏହି ପାର୍କ ନିର୍ମାଣରେ ପାଖାପାଖି ୧କୋଟି ବ୍ୟୟ ଅଟକଳ କରାଯାଇଛି। ଏହି ଅବସରରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଓ ମେୟର ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.